ନୂଆଦିଲ୍ଲୀ: ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ICMR) ଦ୍ବାରା ଗଠନ କରାଯାଇଥିବା ଜାତୀୟ ଟାସ୍କ ଫୋର୍ସ COVID-19, କୋରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସି କ୍ଲୋରୋକୁଇନ ବ୍ୟବହାର କରିବାକୁ ସୁପାରିଶ କରିଛନ୍ତି । ଏହି ସୁପାରିଶ କେବଳ ସଂକଟଜନକ ସ୍ଥିତିରେ ରହିଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ କରିବାକୁ କୁହାଯାଇଛି ।
ଆଇସିଏମଆର ନ୍ୟାସନାଲ ଟାସ୍କ ଫୋର୍ସ କହିଛି ଯେ ହାଇଡ୍ରୋକ୍ସି-କ୍ଲୋରୋକୁଇନ୍ ସହିତ କେମୋପ୍ରୋଫାଇଲକ୍ସିସ୍ ଅଧୀନରେ କେବଳ ଉଚ୍ଚ ବିପଦ ମାମଲା ରଖାଯାଇପାରିବ ।
ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, ‘ହାଇଡ୍ରୋକ୍ସି କ୍ଲୋରୋକୁଇନ କେବଳ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ପରାମର୍ଶ ଦିଆଯାଇଛି ଯିଏ କୋରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଦ୍ବିତୀୟତଃ କେବଳ କୋରୋନା ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହାକୁ ପରାମର୍ଶ ଦିଆଯାଇଛି । ସେମାନେ କେବଳ ପ୍ରତିରୋଧ ପାଇଁ ପ୍ରୋଫିଲାକ୍ସିସ୍ ଗ୍ରହଣ କରିପାରିବେ ।’
ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଆଇସିଏମ୍ଆର ନ୍ୟାସନାଲ ଟାସ୍କ ଫୋର୍ସ ଦ୍ବାରା ସୁପାରିଶ କରାଯାଇଥିବା ପ୍ରୋଟୋକଲକୁ ଅନୁମୋଦନ କରିଛି ।
@ANI