ETV Bharat / bharat

ବିଜେପି ଇସ୍ତାହାରରେ ପ୍ରତିଶୃତି ବର୍ଷା - ବିଜେପି

ବିଜେପି ଘୋଷଣା କଲା ନିର୍ବାଚନୀ ଇସ୍ତାହାର। ଏଥର ବି ଦେଶବାସୀଙ୍କୁ ପ୍ରତିଶୃତି ପୋତି ଦେଇଛି ଦଳ। ଦେଖାଇଛି ବିକାଶର ସ୍ବପ୍ନ । ଆଉଥରେ ସୁଯୋଗ ଦେବାକୁ କରିଛି ନିବେଦନ ।

ଫଟୋ ସୌଜନ୍ୟ: @BJP4India
author img

By

Published : Apr 8, 2019, 2:47 PM IST

ନୂଆଦିଲ୍ଲୀ: ଆସିଲା ବିଜେପି ଇସ୍ତାହାର। ଦ୍ବିତୀୟ ଥର ପାଇଁ ସରକାର ଗଢିବା ଉଦ୍ୟମରେ ଭାରତୀୟ ଜନତା ପାର୍ଟି। ସ୍ପଷ୍ଟ ଆଭିମୁଖ୍ୟ, ତୀବ୍ର ବିକାଶର ସନ୍ଦେଶ ଦେବାକୁ ଚେଷ୍ଟା କରିଛି ଦଳ। କାଶ୍ମୀର ଏବଂ ରାମମନ୍ଦିର ପରି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ବାରୋପ କରିଛି ବିଜେପି ।

ଆସନ୍ତା 2022ରେ ଦେଶ 75ତମ ସ୍ବାଧିନତା ଦିବସ ପାଳନ କରିବ। ଏହାକୁ ଆଖିଆଗରେ ରଖି 75 ସଙ୍କଳ୍ପ ବିଶିଷ୍ଟ ଇସ୍ତାହାର ଘୋଷଣା କରିଛି ବିଜେପି। ସଙ୍କଳ୍ପ ପତ୍ରକୁ 12ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ମତରେ ପୁଣିଥରେ ସରକାର ଗଢିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଇସ୍ତାହାର। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି 6କୋଟି ଲୋକଙ୍କ ସହ ଚର୍ଚ୍ଚା ପରେ ବିଜେପି ଏହି ଇସ୍ତାହାର ପ୍ରସ୍ତୁତ କରିଛି।

ଖୁବ ଗୁରୁତ୍ବପୁର୍ଣ୍ଣ ପ୍ରତିଶୃତି ଦେଶବାସୀଙ୍କୁ ରଖିଛି ବିଜେପି। ଅନୁପ୍ରବେଶକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିବାକୁ କୁହାଯାଇଛି। ନାଗରିକ ସଂଶୋଧନ ବିଲ ପୁରା ଦେଶରେ ଲାଗୁ କରିବାକୁ କହିଛି ଦଳ। ରାମ ମନ୍ଦିର ପ୍ରସଙ୍ଗରେ ଏବେ ବି ଦଳର ଆଭିମୁଖ୍ୟ ସ୍ପଷ୍ଟ ବୋଲି ଇସ୍ତାହାରରେ କୁହାଯାଇଛି । ଖୁବଶୀଘ୍ର ମନ୍ଦିର ନିର୍ମାଣ କରିବାର ବାଟ ବାହାର କରାଯିବ ବୋଲି କୁହାଯାଇଛି।

ଦେଶକୁ ତୃତୀୟ ବୃହତ ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଦେଶବାସୀଙ୍କୁ ସ୍ବପ୍ନ ଦେଖାଇଛି ଭାରତୀୟ ଜନତା ପାର୍ଟି । ଧାରା 370କୁ ଉଚ୍ଛେଦ କରିଯିବ ବୋଲି ସ୍ପଷ୍ଟ କରିଛି ଦଳ । 2024 ସୁଦ୍ଧା 2ଶହ ବିମାନ ବନ୍ଦର ଏବଂ 2022 ସୁଦ୍ଧା କୃଷକଙ୍କ ଆମଦାନୀ ଦୁଇଗୁଣ କରିବାକୁ ଇସ୍ତାହାରରେ କୁହାଯାଇଛି ।
ଛୋଟ ଦୋକାନୀଙ୍କୁ ପେନ୍‌ସନ୍‌, ସବୁ ଘରକୁ ଗ୍ୟାସ୍‌ ଓ ବିଜୁଳି ଯୋଗାଇବାକୁ ପ୍ରତିଶୃତି ଦିଆଯାଇଛି। ଇସ୍ତାହାରକୁ ୧୩୦ କୋଟି ଲୋକଙ୍କ ଆକାଂକ୍ଷାର ପତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Intro:Body:

dgvd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.