ETV Bharat / bharat

ସ୍ବଚ୍ଛ ହେଉଛି ଗଙ୍ଗା ଓ ଯମୁନା, ଦଶନ୍ଧି ପରେ ଦୃଶ୍ୟମାନ ସଙ୍ଗମସ୍ଥଳ - yamuna river

ଗଙ୍ଗା ଓ ଯମୁନାରେ ପ୍ରର୍ଯ୍ୟାପ୍ତ ଜଳ ସହ ସ୍ବଚ୍ଛ ହେବା କାରଣରୁ ସଙ୍ଗମସ୍ଥଳ ଦେଖାଯାଇଥାଏ । ତେବେ ମେ ଓ ଜୁନ ମାସରେ ଏହି ସଙ୍ଗମସ୍ଥଳ ଦୃଶ୍ୟମାନ ହେବା କଳ୍ପନା ବାହାରେ । ଅଧିକ ପଢନ୍ତୁ....

Yamuna
ଦିର୍ଘ ଦଶନ୍ଧି ପରେ ଦୃଶ୍ୟମାନ ହେଲା ସଙ୍ଗମସ୍ଥଳ
author img

By

Published : May 6, 2020, 6:14 PM IST

ଲକ୍ଷ୍ନୌ: କୋରୋନା କାରଣରୁ ଦେଶରେ ଜାରି ହୋଇଥିବା ଲକଡାଉନ ହେତୁ ସମଗ୍ର ପ୍ରାକୃତିକ ପରିବେଶରେ ଏବେ ପରିବର୍ତ୍ତନ ଘଟିଛି । ଯାହାଦ୍ବାରା ସବୁଠୁ ଅସ୍ବଚ୍ଛ ଭାବେ ପରିଣତ ହୋଇଥିବା ପବିତ୍ର ଗଙ୍ଗା ଓ ଯମୁନାର ଜଳ ପୁଣି ଥରେ ତାର ପୂର୍ବାବସ୍ଥାକୁ ଫେରି ସ୍ବଚ୍ଛ ହୋଇଛି । ତେବେ ଏପରିସ୍ଥଳେ ଉଭୟ ନଦୀର ସଙ୍ଗମ ସ୍ଥଳ ଦେଖିବାକୁ ମିଳିଛି । ଯାହା ଦୀର୍ଘ ଦିନ ଧରି କେଉଁଆଡେ ଲୁଚିଯାଇଥିଲା ।

ନଦୀ ବିଶେଷଜ୍ଞ ତଥା ଜଳସେଚନ ବିଭାଗର ଅବସରପ୍ରାପ୍ତ ଅଧୀକ୍ଷକ ଉମେଶ ଶର୍ମା କହିଛନ୍ତି ଯେ, ଦଶନ୍ଧି ପୂର୍ବରୁ ଗଙ୍ଗା-ଯମୁନା ମିଳନସ୍ଥଳରେ ଥିବା କଳା ଓ ଧଳା ଜଳ ବର୍ଷସାରା ଦୃଶ୍ୟମାନ ହେଉଥିଲା। ପର୍ଯ୍ୟଟକମାନେ ଏହି ସୌନ୍ଦର୍ଯ୍ୟକୁ ଦେଖିବାକୁ ଆସନ୍ତି । ଉଭୟ ନଦୀରେ ଜଳ କମିଗଲା ଏବଂ ପ୍ରଦୂଷଣ ବୃଦ୍ଧି ପାଇଲା, ସଙ୍ଗମର ସୌନ୍ଦର୍ଯ୍ୟ ଅଦୃଶ୍ୟ ହେଲା । ଏହି ସମୟରେ ଦୁଇ ନଦୀର ପ୍ରଦୂଷଣ ସଙ୍ଗମ ସ୍ଥଳର ସୌନ୍ଦର୍ଯ୍ୟକୁ ବହୁ ମାତ୍ରାରେ ହ୍ରାସ କରିଛି ।

ଗଙ୍ଗା ନଦୀ ଓ ଯମୁନା ନଦୀ ସ୍ବଚ୍ଛ ହେବାର କାରଣ

ତେବେ ନଦୀ କୂଳ ଗୁଡିକରେ ଗଢିଉଠିଥିବା ଶିଳ୍ପଦ୍ୟୋଗ ଗୁଡିକ ଲକଡାଉନ କାରଣରୁ ବନ୍ଦ ରହିଛି । ଯାହାଦ୍ବାରା ତାର ଦୂଷିତ ପାଣି ଗଙ୍ଗାରେ ମିଶିପାରୁନାହିଁ । କୋରୋନା ପରିସ୍ଥିତିରେ ଶ୍ରଦ୍ଧାଳୁ ମାନେ ବୁଡ ପକାଉନାହାନ୍ତି । ଏହିସମୟରେ ନୌକା ଚାଳନା ମଧ୍ୟ ରୋକାଯାଇଛି । ଫୁଲମାଳ, ଅସ୍ଥି ବିସର୍ଜନ ଓ ଅନ୍ୟାନ୍ୟ ବସ୍ତୁ ମଧ୍ୟ ନଦୀରେ ପକାଇବା କମ ହୋଇଛି । ଏହି ସବୁ କାରଣ ହେତୁ ସ୍ବଚ୍ଛ ହେଉଛି ଗଙ୍ଗା ଓ ଯମୁନା ନଦୀ ଜଳ ।

ଗଙ୍ଗା-ଯମୁନାରେ ଦୈନନ୍ଦିନ କାର୍ଯ୍ୟକଳାପର ପ୍ରଭାବ କମ ହେବାରୁ ଏହି ସଙ୍ଗମସ୍ଥଳ ଦୃଶ୍ୟମାନ ହୋଇଛି । ଏହି ସମୟରେ ଗଙ୍ଗା-ଯମୁନାର ଜଳ ଶୁଦ୍ଧ ଏବଂ ପ୍ରବାହ ଶାନ୍ତ ରହିଛି । ଦୁଇ ନଦୀକୁ ପ୍ରଭାବିତ କରୁଥିବା ସମସ୍ତ କାର୍ଯ୍ୟକଳାପ ସ୍ଥଗିତ ଥିବାରୁ ସଙ୍ଗମ ସ୍ଥଳର ସୌନ୍ଦର୍ଯ୍ୟ ଦୃଶ୍ୟମାନ ହେବାକୁ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.