ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରକୁ ନେଇ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁତରେସ ଦେଇଥିବା ମନ୍ତବ୍ୟର କଡା यବାବ ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଭିଶ୍ କୁମାର । ସେ କହିଛନ୍ତି ଭାରତ ନିଜ ନିଷ୍ପତିରେ ଅଟଳ ଏବଂ ଜମ୍ମୁକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । ତେଣୁ ଏଭଳି ସ୍ଥିତିରେ ମଧ୍ୟସ୍ତତାର କୌଣସି ପ୍ରଶ୍ନ ଉଠୁନାହିଁ ।
ସୂଚନା ଅନୁଯାୟୀ, ଆଣ୍ଟୋନିଓ ଗୁତରେସ 4 ଦିନିଆ ପାକିସ୍ତାନ ଗସ୍ତରେ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଜାମ୍ମୁକାଶ୍ମୀର ଉପରେ ନିଜର ଚିନ୍ତା ପ୍ରକଟ କରିବା ସହ ଏହି ବିବାଦ ଉପରେ ମଧ୍ୟସ୍ତତା କରିବା ନେଇ କହିଥିଲେ । ଏଥିସହ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦକୁ କମ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ।
ଏହାଛଡା ସେ କହିଥିଲେ, ଭାରତ ଏବଂ ପାକିସ୍ତାନ ପରସ୍ପରର ସୈନ୍ୟ ସହ ମତାନ୍ତର କମ କରିବା ଉଚିତ୍ । ମୁଁ ପୂର୍ବରୁ ମଧ୍ୟ ଏନେଇ ସହଯୋଗର ହାତ ବଢାଇଥିଲି । ଯଦି ଦୁଇ ଦେଶର ଆପତ୍ତି ନାହିଁ ମୁଁ ଏହି ବିବାଦରେ ମଧ୍ୟସ୍ତତା କରିବାକୁ ରାଜି ଅଛି ।
ଯାହାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଭିଶ୍ କୁମାର କହିଛନ୍ତି, ଭାରତ ନିଜ ନିଷ୍ପତିରେ ଅଟଳ ଅଟେ ଏବଂ ଜାମ୍ମକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । ତେଣୁ ଏଭଳି ସ୍ଥିତିରେ ମଧ୍ୟସ୍ତତାର କୌଣସି ପ୍ରଶ୍ନ ଉଠୁନାହିଁ ।