ଭୋପାଳ: ବିଶ୍ବବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଲରେ ପ୍ରଥମ କୋରୋନା ମୃତ୍ୟୁ ହୋଇଛି । ରବିବାର ରାତିରେ ସଂକ୍ରମଣରେ ପୀଡିତ 62 ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ପରେ ଭୋପାଳରୁ କୋରୋନା ଭାଇରସ୍ କାରଣରୁ ପ୍ରଥମ ମୃତ୍ୟୁ ହୋଇଥିବା ଖବର ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।
ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ସମୁଦାୟ 16 COVID-19 ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ମୋଟ 217 ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ରବିବାର ସୁଦ୍ଧା 23 ଜଣ କୋରୋନା ସଂକ୍ରମିତ ଥିବା ବେଳେ ସେଥିମଧ୍ୟରୁ 9 ଜଣ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଅଟନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ