ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ 2021ରେ ହେବାକୁ ହରିଦ୍ବାର କୁମ୍ଭମେଳା ପାଇଁ 375 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ରାଶି ଉତ୍ତରାଖଣ୍ଡ ସରକାରଙ୍କ ପ୍ରସ୍ତାବ ବିରୋଧରେ କୁମ୍ବମେଳା ସ୍ବତନ୍ତ୍ର ସହାୟତା ଭାବରେ ଅନୁମୋଦିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
2021 ମସିହାରେ ହେବାକୁ ଥିବା ମହାକୁମ୍ଭ ମେଳାକୁ ରାଜ୍ୟ ସରକାର ଭବ୍ୟ ଓ ପ୍ରଦୂଷଣ ମୁକ୍ତ ଭାବରେ ଆୟୋଜିତ କରିବେ । ଏଥିପାଇଁ ସରକାର 1205 କୋଟି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାକୁମ୍ଭରେ ଭକ୍ତଙ୍କ ସୁବିଧା ପାଇଁ 450କୋଟିର ସ୍ଥାୟୀ କାର୍ଯ୍ୟ ଏବଂ ଅନେକ ଅସ୍ଥାୟୀ କାର୍ଯ୍ୟ କରାଯିବ ।
@ANI