ETV Bharat / bharat

ଦୁଷ୍କର୍ମ ଭଳି ଅପରାଧରେ ସଚେତନ ଆଣିବାକୁ ଗୀତ ପ୍ରସ୍ତୁତ କଲେ ବାପା-ଝିଅ

ନିର୍ଭୟା ଓ ଦିଶା ଭଳି ଘଟଣା ପରେ ସମାଜରେ ଆଜି ବି ସତେଚତନାର ଅଭାବ ରହିଛି । ଏହି ଅବୁଝା ସମାଜକୁ ବୁଝାଇବା ଉଦ୍ଦେଶ୍ୟରେ ଅହମ୍ମଦାବାଦର ଜଣେ ବାପା-ଝିଅ ଏକ ଗୀତ ପ୍ରସ୍ତୁତ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jan 4, 2020, 1:24 PM IST

Father And Daughter have Prepared an Anthem For Awareness among the People For Rape
ଦୁଷ୍କର୍ମ ଭଳି ଅପରାଧର ସଚେତନ ଆଣିବାକୁ ଗୀତ ପ୍ରସ୍ତୁତ କଲେ ବାପା-ଝିଅ

ଅହମ୍ମଦାବାଦ: ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ଲୋକମାନେ ଜାଗ୍ରତ ହୋଇଛନ୍ତି । ହେଲେ ଏବେ ବି କିଛି ଲୋକ ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରିନାହାନ୍ତି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦିନ ଦେଶରେ ଜଣେ ନିର୍ଭୟା ଅତ୍ୟାଚାରର ଶିକାର ହେଉଛନ୍ତି । ଏମିତିରେ ସମାଜକୁ ସଚେତନ ଏବଂ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଅହମ୍ମଦାବାଦର ଜଣେ ବାପା-ଝିଅ ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଗୀତ ପ୍ରସ୍ତୁତ କରିଥିବା ବାପାଙ୍କ ନାଁ ମୟଙ୍କ ରାୱଲ ଏବଂ ଝିଅର ନାଁ ବିଶ୍ବ ରାୱଲ । ଖୋଦ୍‌ ବିଶ୍ବ ଏହି ଗୀତରେ ଅଭିନୟ କରିଛନ୍ତି ।

ବାପା-ଝିଅଙ୍କ ସଂଯୋଜନାରେ ପ୍ରସ୍ତୁତ ସଚେତନତାର ଗୀତ

ସୂଚନାନୁଯାୟୀ, ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବିଶ୍ବ ଏ ବିଷୟରେ ନିଜ ବାପା ମୟଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ମୟଙ୍କ ସମାଜରେ ସଚେତନତା ଆଣିବାକୁ ଏକ କବିତାକୁ ଗୀତ ରୂପ ଦେଇ ଲେଖିଥିଲେ । ଏହି ଗୀତ ମାଧ୍ୟମରେ ସେ ସମାଜକୁ ବାର୍ତ୍ତା ଦେଇଥିଲେ ଯେ ଯଦି ଗୋଟିଏ ମହିଳା ଏଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ ଅନ୍ୟ ଜଣେ ମହିଳା ସହ ତାଳ ମିଶାଇ ଛିଡା ହେଉନି, ତେବେ ସମାଜକୁ ତା ସହ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଛିଡା ହେବାର ଆବଶ୍ୟକତା ରହିଛି । ଲୋକମାନଙ୍କୁ ଏଭଳି ଦୁଃଖଦାୟୀ ଘଟଣା ଦିଗରେ ସର୍ବଦା ସତର୍କତା ରହିବାର ଆବଶ୍ୟକତା ରହିଛି ।

ମୟଙ୍କ ଏବଂ ତାଙ୍କ ଟିମକୁ ଏହି ଗୀତ ପ୍ରସ୍ତୁତ କରିବାକୁ 15 ଦିନର ସମୟ ଲାଗିଥିଲା । ନିଜସ୍ବ ଅର୍ଥ ଖର୍ଚ୍ଚ କରି ସେ ଏହି ଗୀତ ପ୍ରସ୍ତୁତ କରିବା ସହ ସମାଜକୁ ଏକ ସଚେତନ ବାର୍ତ୍ତା ବାଣ୍ଟିଛନ୍ତି । ତେବେ ଏହି ଗୀତର ମୁଖ୍ୟ ପଂକ୍ତି ହେଉଛି 'ଜାଗ୍ରତ ହୁଅ ସିଂହୀ, ମାଗ ସିଂହୀ, ଏ ଜଗତ ହେଉଛି ତୁମର ଅଧିକାର' । ଅର୍ଥାତ୍‌ ଦୁଷ୍କର୍ମ ଭଳି ଅତ୍ୟାଚାରକୁ କେବଳ ସହ୍ୟ କରନାହିଁ ବରଂ ଏହାର ବିରୁଦ୍ଧରେ ଲଢିବାକୁ କ୍ଷମତା ରଖ । ପୁରୁଷଙ୍କ ଭଳି ସମାଜରେ ମହିଳାଙ୍କ ମଧ୍ୟ ସମ୍ମାନ ଅଧିକାର ରହିବା ଆବଶ୍ୟକ ଅଛି । ତେବେ ଏହି ଗୀତଟି ୟୁଟ୍ୟୁବରେ ଅପଲୋଡ ହୋଇସାରିଛି ।

Intro:Body:

People have been awakened after the nirbhaya kand but people still do not have enough understanding. Even now, every day one Nirbhaya misdemeanor in the country suffers. The father and daughter of Ahmedabad have prepared an anthem for awareness among the people,  Father's name is Mayank Rawal and daughter's name is Vishwa. Vishwa has also acted in the song.

The world of this poem decided to make a song and started saving this poem from his own savings. We made the song within 15 days. If the other woman is not standing, then the society should stand behind her when she is oppressed. If so, people need to be aware now ..

main line in this song is 'jag sherni, mang sherni, adhikar tera jagat'. it meaning that women should not only tolerate rape and fight against rape. Women should get equal rights as men in society. this song is Uploaded in youtube...

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.