ETV Bharat / bharat

17 ମାସ ତଳକୁ ଖସିଲା ଏଫଏଓ ଖାଦ୍ୟ ମୂଲ୍ୟ ସୂଚକାଙ୍କ ପଏଣ୍ଟ

author img

By

Published : Jun 7, 2020, 12:39 AM IST

କୋଭିଡ-19 ମହାମାରୀ ସମୟରେ ସାରା ବିଶ୍ବରେ ଖାଦ୍ୟ ମୂଲ୍ୟ ସୂଚକାଙ୍କ 17 ମାସ ତଳକୁ ଖସି ଆସିଛି । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ପକ୍ଷରୁ ଏହା ପ୍ରକାଶ ପାଇଛି । ଏଫଏଓ ଖାଦ୍ୟ ମୂଲ୍ୟ ସୂଚକାଙ୍କ(ପିପିଏଫଆଇ) ମେ 2020ରେ ହାରାହାରି 162.5 ପଏଣ୍ଟ ହାସଲ କରିଛି । ଆଉ ଏହି ସୂଚକାଙ୍କ ଏପ୍ରିଲ ଠାରୁ 3.1 ପଏଣ୍ଟ ବା 1.9 ପ୍ରତିଶତ ହ୍ରାସ ପାଇଛି । ଯାହା ଡିସେମ୍ବର 2018 ତୁଳନାରେ ସର୍ବନିମ୍ନ ମାସିକ ହାରାହାରିରେ ପହଞ୍ଚିଛି ।

The FAO Food Price Index drops to a seventeen-month low
17 ମାସ ତଳକୁ ଖସିଲା ଏଫଏଓ ଖାଦ୍ୟ ମୂଲ୍ୟ ସୂଚକାଙ୍କ ପଏଣ୍ଟ

ହାଇଦ୍ରାବାଦ: କୋଭିଡ-19 ମହାମାରୀ ସମୟରେ ସାରା ବିଶ୍ବରେ ଖାଦ୍ୟ ମୂଲ୍ୟ ସୂଚକାଙ୍କ 17 ମାସ ତଳକୁ ଖସି ଆସିଛି । ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫଏଓ) ପକ୍ଷରୁ ଏହା ପ୍ରକାଶ ପାଇଛି । ଏଫଏଓ ଖାଦ୍ୟ ମୂଲ୍ୟ ସୂଚକାଙ୍କ(ପିପିଏଫଆଇ) ମେ 2020ରେ ହାରାହାରି 162.5 ପଏଣ୍ଟ ହାସଲ କରିଛି । ଆଉ ଏହି ସୂଚକାଙ୍କ ଏପ୍ରିଲ ଠାରୁ 3.1 ପଏଣ୍ଟ ବା 1.9 ପ୍ରତିଶତ ହ୍ରାସ ପାଇଛି । ଯାହା ଡିସେମ୍ବର 2018 ତୁଳନାରେ ସର୍ବନିମ୍ନ ମାସିକ ହାରାହାରିରେ ପହଞ୍ଚିଛି ।

ଗତ କିଛି ମାସ ଧରି କୋଭିଡ-19ର ନକାରାତ୍ମକ ପ୍ରଭାବ ଯୋଗୁଁ 4 ମାସ ଧରି ବିଶ୍ବର ଅର୍ଥନୀତି ଏବଂ ପିପିଏଫଆଇ ଲଗାତାର ଭାବେ ତଳକୁ ଖସିବାରେ ଲାଗିଛି । ମେ ମାସର ନୂତନ ହ୍ରାସ କେବଳ ଚିନିକୁ ଛାଡି ସମସ୍ତ ଉପ-ସୂଚକାଙ୍କ ଖସୁଥିବା ମୂଲ୍ୟକୁ ପ୍ରତିଫଳିତ କରିଥାଏ । ଯାହା ତିନି ମାସ ମଧ୍ୟରେ ପ୍ରଥମ ଥର ପାଇଁ ବୃଦ୍ଧି ପାଇଥିଲା ।

ଏଫଏଓ ଖାଦ୍ୟଶସ୍ୟ ମୂଲ୍ୟ ସୂଚକାଙ୍କ ମେ ମାସରେ ହାରାହାରି 162.2 ପଏଣ୍ଟ ପାଇଛି , ଯାହା ଏପ୍ରିଲ ମାସର 1.6 ପଏଣ୍ଟ (1.0 ପ୍ରତିଶତ)ଠାରୁ ହ୍ରାସ ପାଇଛି ଏବଂ ଗତ ବର୍ଷ ସମାନ ମାସରେ ଏହାର ସ୍ତରର ଅତି ନିକଟତର ଥିଲା । ସେହିପରି ପ୍ରମୁଖ ଖାଦ୍ୟଶସ୍ୟ ମଧ୍ୟରେ ମେ ମାସରେ କେବଳ ଚାଉଳ ଦର ବୃଦ୍ଧି ପାଇଥିଲା ।

ଆନ୍ତର୍ଜାତୀୟ ବଜାରରେ ଚାଉଳ ମୂଲ୍ୟରେ 1 ପ୍ରତିଶତ ବୃଦ୍ଧି ପାଇଥିଲା, ଏହା ମୁଖ୍ୟତଃ ଜପୋନିକା ଏବଂ ବାସୁମତି ଚାଉଳର ଦର ଉପରେ ଆଧାରିତ ଥିଲା । ସେପଟେ ମାଲେସିଆ ଏବଂ ଫିଲିପାଇନ୍ସର ମୁଦ୍ରା ଗତିବିଧି ଏବଂ ଚାହିଦାକୁ ଦୃଷ୍ଟିରେ ରଖି ସୂଚକାଙ୍କ ଦରକୁ ସୁଦୃଢ ରଖିଥିଲା ।

ଗହମ ବଜାରରେ ଏପ୍ରିଲ ମାସରେ ବୃଦ୍ଧି ପରେ ରପ୍ତାନି ମୂଲ୍ୟ ନିମ୍ନ ଚାପ ଯୋଗୁଁ ହ୍ରାସ ପାଇଥିଲା । ହେଲେ ନୂଆ ଋତୁରେ ବୈଶ୍ବିକ ଯୋଗାଣର ଆଶା ବଢୁଥିବାରୁ ଏହା ପ୍ରାୟ 2 ପ୍ରତିଶତ ବୃଦ୍ଧି ପାଇଥିଲା । କିନ୍ତୁ ଉତ୍ତର ଗୋଲାର୍ଦ୍ଧରେ ଅମଳ ଋତୁ ଚାଲିଥିବା ବେଳେ କିମ୍ବା ନିକଟତର ହେଉଥିବା ବେଳେ ବାଣିଜ୍ୟ କାର୍ଯ୍ୟକଳାପ ମନ୍ଥର ହୋଇଯାଇଛି ।

କଠିନ ଶସ୍ୟ ବଜାରରେ, ଗତ 4 ମାସ ମଧ୍ୟରେ ଆମେରିକାର ମକା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଉଥିବା ବେଳେ ମେ ମାସରେ ଆହୁରି ହ୍ରାସ ପାଇ ଗତ ବର୍ଷ ସମାନ ସମୟରେ ପାଖପାଖି 16 ପ୍ରତିଶତକୁ ଖସି ଆସିଛି । ପ୍ରଚୁର ରପ୍ତାନି ଯୋଗାଣ ମଧ୍ୟରେ ଖାଦ୍ୟ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଦୁର୍ବଳ ଚାହିଦା ଆନ୍ତର୍ଜାତୀୟ ମକାର ମୂଲ୍ୟ ଉପରେ ଚାପ ଜାରି ରଖିଛି ।

ସେହିପରି ଏଫଏଓ ଭେଜିଟେବୁଲ ଅଏଲ ଦର ସୂଚକାଙ୍କ ମେ ମାସରେ ହାରାହାରି 128.1 ପଏଣ୍ଟ ହାସଲ କରିଥିବା ବେଳେ ବର୍ତ୍ତମାନ 3.7 ପଏଣ୍ଟ ବା 2.8 ପ୍ରତିଶତ ହ୍ରାସ ପାଇଛି । ଯାହା ଗତ 10 ମାସ ମଧ୍ୟରେ ରେକର୍ଡ ହୋଇଥିବା ସର୍ବନିମ୍ନ ସୂଚକାଙ୍କ । ସେହିପରି ସୂଚକାଙ୍କର କ୍ରମାଗତ ହ୍ରାସ ମୁଖ୍ୟତଃ ପାମୋଲିନ ଅଏଲର ମୂଲ୍ୟକୁ ପ୍ରତିଫଳିତ କରିଥାଏ, ଯେଉଁସମୟରେ ରେପସିଡ ଏବଂ ସୂର୍ଯ୍ୟମୁଖୀ ତେଲର ଦର ବୃଦ୍ଧି ପାଇଥାଏ ।

ଆନ୍ତର୍ଜାତୀୟ ବଜାରରେ ପାମୋଲିନ ଅଏଲର ଦର ମେ ମାସକୁ ମିଶାଇ କ୍ରମାଗତ 4 ମାସ ହେବ ହ୍ରାସ ପାଉଛି । ଏହା ମୁଖ୍ୟତଃ ଦୀର୍ଘସ୍ଥାୟୀ, ବିଶ୍ବର ଆମଦାନୀ ଚାହିଦାକୁ ପ୍ରତିଫଳିତ କରିଥାଏ ଏବଂ ପ୍ରମୁଖ ରପ୍ତାନୀକାରୀ ଦେଶମାନଙ୍କରେ ଉତ୍ପାଦନ ଓ ଭଣ୍ଡାର ସ୍ତର ଠାରୁ ମଧ୍ୟ ଅଧିକ ।

ଅପରପକ୍ଷେ ରେପସିଡ ଏବଂ ସୂର୍ଯ୍ୟମୁଖୀ ତେଲର ଅନ୍ତର୍ଜାତୀୟ ମୂଲ୍ୟ ଯଥାକ୍ରମେ ୟୁଏଇରେ ଯୋଗାଣ କଡାକଡି ଏବଂ କଳା ସାଗର ଅଞ୍ଚଳରେ ରପ୍ତାନିଯୋଗ୍ୟ ସଙ୍କୋଚିତ ହୋଇ ହ୍ରାସ ହେବାର ସମ୍ଭାବନା ରହିଛି ।

ଏଫଏଓ ଦୁଗ୍ଧ ମୂଲ୍ୟ ସୂଚକାଙ୍କ ମେ ମାସରେ ହାରାହାରି 181.8 ପଏଣ୍ଟ ହ୍ରାସ କରି ଏପ୍ରିଲରୁ 14.4 ପଏଣ୍ଟ ବା 7.3 ପ୍ରତିଶତ ହ୍ରାସ ପାଇଛି । ଯାହା କ୍ରମାଗତ ତୃତୀୟ ମାସର ହ୍ରାସ ପଞ୍ଜିକରଣ କରିଛି ଏବଂ ଗୋଟିଏ ବର୍ଷ ପୂର୍ବେ ସୂଚକାଙ୍କ ମୂଲ୍ୟ 44.3 ପଏଣ୍ଟ ବା 19.6 ପ୍ରତିଶତ ସ୍ଥିର କରିଛି ।

ସମସ୍ତ ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ସୂଚକାଙ୍କରେ ମେ ମାସରେ ହ୍ରାସ ପାଇଥିଲା । ଯେଉଁଥିରେ ଚିଜ ଏବଂ ବଟର ପାଇଁ ଅତି କମ ମାତ୍ରାରେ ପଞ୍ଜୀକୃତ ହୋଇଥିଲା ।

ମୌସୁମୀ ଯୋଗାଣ ହେତୁ ବିଶେଷ କରି ୟୁରୋପରେ ବଟରର ଦର ହ୍ରାସ ପାଇଥିଲା । ସେହିପରି ଓସେନିଆରେ ବିଳମ୍ବିତ ମୌସୁମୀ କାରଣରୁ ରପ୍ତାନି ଯୋଗାଣ ମଧ୍ୟରେ କମ୍ ଆମଦାନୀ ଚାହିଦା ଦ୍ୱାରା ଚାପଗ୍ରସ୍ତ ହୋଇ ଚିଜର ଦର ମଧ୍ୟ ହ୍ରାସ ପାଇଥିଲା ।

କ୍ରମାଗତ ଭାବରେ ଉଚ୍ଚ ରପ୍ତାନି ଉପଲବ୍ଧତା ଏବଂ ଭଣ୍ଡାର ସତ୍ତ୍ବେ, ସମ୍ପୂର୍ଣ୍ଣ ମିଲ୍କ ପାଉଡର (ଡବ୍ଲ୍ୟୁଏମପି) ଏବଂ ସ୍କିମ୍ ମିଲ୍କ ପାଉଡର (ଏସଏମପି) ପାଇଁ ଦର କେବଳ ମଧ୍ୟମ ଭାବରେ ହ୍ରାସ ପାଇଥିଲା । କାରଣ ଚୀନରେ କମ୍ ମୂଲ୍ୟରେ ଏବଂ ନୂତନ ଭାବରେ ଆରମ୍ଭ ହୋଇଥିବା ଅର୍ଥନୈତିକ କାର୍ଯ୍ୟକଳାପକୁ ଦୃଢତାର ସହ କିଣିବାକୁ ଆଗ୍ରହ ଉତ୍ସାହିତ କରିଥିଲା ।

ଏଫଏଓ ମାଂସ ମୂଲ୍ୟ ସୂଚକାଙ୍କ ମେ ମାସରେ ହାରାହାରି 168.0 ପଏଣ୍ଟ ହ୍ରାସ ପାଇଛି, ଯାହା ଏପ୍ରିଲ ଠାରୁ 1.3 ପଏଣ୍ଟ ବା 0.8 ପ୍ରତିଶତ ହ୍ରାସ କରି କ୍ରମାଗତ ପଞ୍ଚମ ମାସିକ ହ୍ରାସ ପଞ୍ଜିକରଣ କରିଛି । ଏହି ସୂଚକାଙ୍କ ଗତ ବର୍ଷ ତୁଳନାରେ ଚଳିତ ମାସର ମୂଲ୍ୟଠାରୁ 6.3 ପଏଣ୍ଟ ବା 3.6 ପ୍ରତିଶତ କମ ଅଟେ ଏବଂ ଅଗଷ୍ଟ 2014 ରେ ପହଞ୍ଚିଥିବା ଶିଖରର 44 ପଏଣ୍ଟ ବା 20.8 ପ୍ରତିଶତ କମ ରହିଛି ।

ମେ ମାସରେ କୋଭିଡ-19 ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ପଦକ୍ଷେପଗୁଡ଼ିକର କୋହଳ ପରେ ପୂର୍ବ ଏସିଆରେ ଆମଦାନୀ ଚାହିଦା ବୃଦ୍ଧି ସତ୍ତ୍ବେ ପ୍ରମୁଖ ଉତ୍ପାଦନକାରୀ ଦେଶଗୁଡିକରେ ଉଚ୍ଚ ରପ୍ତାନି ଉପଲବ୍ଧତାକୁ ପ୍ରତିଫଳିତ କରି କୁକୁଡ଼ା ଏବଂ ଘୁଷୁରୀ ମାଂସ ପାଇଁ ଆନ୍ତର୍ଜାତୀୟ ଦର ହ୍ରାସ ପାଇବାରେ ଲାଗି ରହିଥିଲା । ସେହିପରି ଅର୍ଥନୈତିକ ଅସୁବିଧା ଏବଂ ସାମାନ୍ୟ ଅସୁବିଧା କାରଣରୁ ମଧ୍ୟ-ପୂର୍ବରେ ଆମଦାନୀ ଚାହିଦା ହ୍ରାସ ହେତୁ ଓଭାଇନ୍ ମାଂସର ମୂଲ୍ୟ ସାମାନ୍ୟ ହ୍ରାସ ପାଇଥିଲା ।

ଅପରପକ୍ଷେ ବ୍ରାଜିଲ ଏବଂ ଓସେନିଆରୁ କମ ଯୋଗାଣ ମଧ୍ୟରେ ଶକ୍ତିଶାଳୀ ଆମଦାନୀ ଚାହିଦା ଉପରେ ବୋଭାଇନ ମାଂସ ଦର ବୃଦ୍ଧି ପାଇଥିଲା । ଯାହା ପଶୁପଲର ପୁନଃନିର୍ମାଣ ପର୍ଯ୍ୟାୟର ଆରମ୍ଭକୁ ପ୍ରତିଫଳିତ କରିଥାଏ ।

ଏଫଏଓ ଚିନି ମୂଲ୍ୟ ସୂଚକାଙ୍କ ମେ ମାସରେ ହାରାହାରି 155.6 ପଏଣ୍ଟ ପାଇଥିଲା ଯାହା ଏପ୍ରିଲ ଠାରୁ 10.7 ପଏଣ୍ଟ ବା 7.4 ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ମାସ ମାସ ଧରି ଆନ୍ତର୍ଜାତୀୟ ଚିନି ମୂଲ୍ୟର ବୃଦ୍ଧି ପାଉଥିବା ବେଳେ କେତେକ ପ୍ରମୁଖ ଦେଶରେ ଆଶା କରାଯାଉଥିବା ଅମଳ ଠାରୁ କମ ଅଟେ । ବିଶେଷ କରି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ ଭାରତ ଏବଂ ବିଶ୍ବର ଦ୍ୱିତୀୟ ବୃହତ୍ତମ ଚିନି ରପ୍ତାନିକାରୀ ଦେଶ ଥାଇଲ୍ୟାଣ୍ଡ ।

ଏତଦବ୍ୟତୀତ ଅଶୋଧିତ ତୈଳର ଅଧିକ ଆନ୍ତର୍ଜାତୀୟ ମୂଲ୍ୟ ମଧ୍ୟ ଚିନି ଦର ବୃଦ୍ଧିରେ ସହାୟକ ହୋଇଛି, କାରଣ ଅଧିକ ଶକ୍ତି ମୂଲ୍ୟ ଚିନି ମିଲ୍କୁ ଇଥାନଲ ଉତ୍ପାଦନ ପାଇଁ ଅଧିକ ଆଖୁ ଯୋଗାଣ ବ୍ୟବହାର କରିବାକୁ ଉତ୍ସାହିତ କରିଥାଏ ଏବଂ ବିଶ୍ବ ବଜାରରେ ଚିନି ଉପଲବ୍ଧତା ହ୍ରାସ କରିଥାଏ । ଯାହା ବିଶ୍ୱର ସର୍ବବୃହତ ଚିନି ରପ୍ତାନୀକାରୀ ବ୍ରାଜିଲରେ ଉଲ୍ଲେଖନୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.