ETV Bharat / bharat

ରୋଚକ ମୋଡ଼ରେ ମଣିପୁର ରାଜନୀତି

author img

By

Published : Jul 31, 2020, 3:27 PM IST

ଅଗଷ୍ଟ ୧୦ରେ ମଣିପୁର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ସଂକଟ ଅଧିକ ଗଭୀର ହେବାରେ ଲାଗିଛି । ମଣିପୁରରେ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାର ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି।

ରୋଚକ ମୋଡ଼ରେ ମଣିପୁର ରାଜନୀତି
ରୋଚକ ମୋଡ଼ରେ ମଣିପୁର ରାଜନୀତି

ଅଗଷ୍ଟ ୧୦ରେ ମଣିପୁର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିବା ସଂକଟ ଅଧିକ ଗଭୀର ହେବାରେ ଲାଗିଛି । ମଣିପୁରରେ ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାର ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏନ.ବୀରେନ୍ ସିଂହ ଏହି ସପ୍ତାହରେ ଶାସକ ଦଳ ବିଧାୟକଙ୍କ ସହ ଏକ ବୈଠକ କରିଛନ୍ତି। ନିଶା ସାମଗ୍ରୀ ଚୋରାକାରବାର ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)କୁ ଦେବା ଦାବି କରି କଂଗ୍ରେସ ଗତ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଏକ ପିଟିସନ ଦାଖଲ କରିଛି । ୬୦-ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭା ସଚିବଙ୍କ ନିକଟରେ ଏହି ଆବେଦନ ଦାଖଲ ହୋଇଛି । ଏହାପରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ନ୍ୟାସନାଲ ପିପୁଲସ ପାର୍ଟି(ଏନପିପି), ନାଗା ପିପୁଲସ ଫ୍ରଣ୍ଟ(ଏନପିଏଫ), ଟିଏମସିର ଜଣେ ବିଧାୟକ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କୁ ମିଶାଇ ବିଜେପି ପରିଚାଳିତ ମେଣ୍ଟରେ ଥିବା ୨୯ ଜଣ ବିଧାୟକଙ୍କର ଏକ ବୈଠକ ଡାକିଥିଲେ।

ତେବେ ଖବର ଅନୁଯାୟୀ, ବୈଠକରେ ଚାରି ଜଣ ବିଜେପି ବିଧାୟକ ଏନ.ଇନ୍ଦ୍ରଜିତ, ଏଲ୍.ରାମେଶ୍ବର ମେଇତି, ହିୟଙ୍ଗଲାମର ଡଃ ରାଧେଶ୍ୟାମ ଏବଂ ଏଲ. ରାଧାକିଶୋର ଅନୁପସ୍ଥିତି ଥିଲେ । ଏହା ମଣିପୁର ରାଜନୈତିକ ଅସ୍ଥିରତା ଘଟଣାକୁ ଆହୁରି ରୋଚକ କରିଛି। ସରକାର କ୍ଷମତାରେ ରହିବା ପାଇଁ ଏହି ଚାରି ବିଧାୟକଙ୍କ ସମର୍ଥନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହା ରାଜ୍ୟ ରାଜନୀତିରେ ପୁଣି ଥରେ ସଂଖ୍ୟା ଗରିଷ୍ଠତାକୁ ନେଇ ସଙ୍କଟ ସୃଷ୍ଟି କରିଛି।

ଏହା ପୂର୍ବରୁ ଜୁନ ମାସରେ ସରକାର ଏହିଭଳି ଏକ ସଙ୍କଟରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତମାସରେ ତିନି ଜଣ ବିଜେପି ବିଧାୟକ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଏନପିପି ସରକାରରୁ ଓହରି ଆସିବାକୁ ଧମକ ଦେଇଥିଲା। ଯାହା ବୀରେନ ସିଂହ ସରକାରକୁ ସଙ୍କଟରେ ପକାଇଥିଲା। ଉତ୍ତର-ପୂର୍ବରେ ବିଜେପିର ମୁଖ୍ୟ ସଙ୍କଟରକ୍ଷାକାରୀ ତଥା ନର୍ଥଇଷ୍ଟ ଡେମୋକ୍ରାଟିକ ଆଲିଆନସ(ନେଡା)ର ଆବାହକ ହେମନ୍ତ ବିଶ୍ବଶର୍ମା ଏବଂ ମେଘାଳୟ ମୁଖ୍ୟମନ୍ତ୍ରୀ ତଥା ଏନପିପି ନେତା କନରାଡ ସାଙ୍ଗମାଙ୍କ ହସ୍ତକ୍ଷେପ ପରେ ଏହି ସଂକଟର ସମାଧାନ ହୋଇଥିଲା। ଏହାପରେ ଚଳିତ ମାସ ଆରମ୍ଭରେ କଂଗ୍ରେସ ତାର ଦୁଇ ବିଧାୟକ ଆର.କେ. ଇମୋ ଏବଂ ଓକ୍ରାମ ହେନରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। କାରଣ ଏହି ଦୁଇ ବିଧାୟକ ରାଜ୍ୟସଭା ନିର୍ବାଚନରେ ପୂର୍ବ ମଣିପୁର ରାଜ ପରିବାରର ସଦସ୍ୟ ତଥା ବିଜେପି ପ୍ରାର୍ଥୀ ଲେଇସେମ୍ବା ସାଞ୍ଜାଉବାଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଇମୋ ହେଉଛନ୍ତି ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଆର.କେ.ଜୟଚନ୍ଦ୍ର ସିଂହଙ୍କ ପୁଅ, ହେନରୀ ହେଉଛନ୍ତି ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ଓକ୍ରାମ ଇବୋବି ସିଂହଙ୍କ ପୁତୁରା।

ତେବେ ବର୍ତ୍ତମାନ ଇମୋ ଏବଂ ଇବୋବି ସିଂହଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ଦଳ ଭିତରେ ଇମୋ ତାଙ୍କ ପାଇଁ ବିପଦ ବୋଲି ଇବୋବି ବିଚାର କରୁଛନ୍ତି। ଇମୋ କଂଗ୍ରେସ ବିଧାୟକ ହେଲେ ହେଁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ମଧ୍ୟ ନିଜ ଦଳ ଭିତରେ ବିଦ୍ରୋହର ସମ୍ମୁଖୀନ ହେଉଛନ୍ତି। ସେପଟେ ଆଉ ଜଣେ ମୁଖ୍ୟମନ୍ତ୍ରୀ ଆଶାୟୀ ବିଶ୍ବଜିତ ସିଂହ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ବିରୁଦ୍ଧରେ ବିରୋଧୀଙ୍କ ସହ ହାତ ମିଳାଉଛନ୍ତି। ଗତବର୍ଷ ବୀରେନ ସିଂହଙ୍କୁ ହଟାଇବା ପାଇଁ ଏକ ଉଦ୍ୟମ ହୋଇଥିଲା । ହେଲେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ତାଙ୍କ ସମର୍ଥନରେ ବାହାରିବାରୁ ଏହା ବିଫଳ ହୋଇଥିଲା।

ବର୍ତ୍ତମାନ ନିଶା ସାମଗ୍ରୀ ଚୋରା କାରବାର ମାମଲାରେ ସଂପୃକ୍ତ ଘଟଣା ନେଇ ମଣିପୁର ହାଇକୋର୍ଟରେ ପୋଲିସ ଅଫିସର ବ୍ରିନ୍ଦାଙ୍କ ଦ୍ବାରା ଦାଖଲ କରାଯାଇଥିବା ଏକ ସତ୍ୟପାଠ ପରିପ୍ରେକ୍ଷୀରେ କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଅଣିଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଦଳରେ ଯୋଗ ଦେଇଥିବା ଚାନ୍ଦେଲ ଅଟୋନମସ ଜିଲ୍ଲା ପରିଷଦ(ଏଡିସି)ର ପୂର୍ବତନ ଅଧ୍ୟକ୍ଷ ଲୁକୋସେଇ ଜୌ ନିଶା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ନାର୍କୋଟିକସ ଆଣ୍ଡ ବର୍ଡର ଆଫାୟାର୍ସ(ଏନଏବ)ର ଏଏସପି ଥିବା ବ୍ରିନ୍ଦା ୨୦୧୮ରେ ଜୌ’ଙ୍କର ସରକାରୀ ବାସଭବନରୁ ବହୁ ପରିମାଣରେ ନିଶା ସାମଗ୍ରୀ ଏବଂ ପୁରୁଣା ନୋଟ୍ ଜବତ କରିଥିଲେ। ଏହାରି ଭିତତେ ବ୍ରିନ୍ଦା ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ, ଜୌଙ୍କୁ ଛାଡିଦେବା ଏବଂ ତାଙ୍କ ବିରୁଦ୍ଧରେ ଏହି ମାମଲାରେ ଥିବା ଅଭିଯୋଗଫର୍ଦ୍ଦକୁ ପ୍ରତ୍ୟାହାର କରିନେବା ପାଇଁ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ତାଙ୍କ ଉପରେ ଚାପ ପକାଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଏସବୁ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।

ନିଶା ସାମଗ୍ରୀ କାରବାର ପରଠାରୁ କଂଗ୍ରେସ ଏହି ମାମଲାର ତଦନ୍ତ ଭାର ସିବିଆଇ ହାତରେ ଦେବାକୁ ଦାବି କରି ଆସୁଛି। ଏବେ ବ୍ରିନ୍ଦା ଏ ନେଇ ସତ୍ୟପାଠ ଦାଖଲ କରିବା ପରେ ଦଳ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସ୍ଥିର କରିଛି। ତେବେ ଅଗଷ୍ଟ ୧୦ରେ ବସିବାକୁ ଥିବା ବିଧାନସଭା ଅଧିବେଶନରେ ଏହା ଉପରେ ଆଲୋଚନା ହେବ କି ନାହିଁ ତାହା ଦେଖିବାକୁ ବାକି ରହିଛି।

ଅରୁଣିମା ଭୂୟାଁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.