ETV Bharat / bharat

ମୁସଲିମଙ୍କୁ ଦରକାର ନାହିଁ ମସଜିଦ୍, 5 ଏକର ଜମିରେ ନିର୍ମାଣ ହେଉ ସ୍କୁଲ: ସଲିମ ଖାନ୍

ଅଯୋଧ୍ୟା ରାୟ ଉପରେ ସଲମାନଙ୍କ ପିତାଙ୍କ ପ୍ରତିକ୍ରିୟା। ସୁନ୍ନୀ ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ଯେଉଁ 5 ଏକ ଜମି ପ୍ରଦାନ କରାଯାଇଛି ସେଥିରେ ସ୍କୁଲ ନିର୍ମାଣ କରାଯାଉ। ଅଧିକ ଖବର ପଢନ୍ତୁ...

author img

By

Published : Nov 10, 2019, 8:46 PM IST

Updated : Nov 10, 2019, 10:48 PM IST

ମୁସଲିମଙ୍କୁ ଦରକାର ନାହିଁ ମସଜିଦ୍, 5 ଏକର ଜମିରେ ସ୍କୁଲ ନିର୍ମାଣ ହେଉ;ସଲିମ ଖାନ୍

ମୁମ୍ବାଇ:ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟାଇ ଶନିବାର ପ୍ରକାଶ ପାଇଛି ଅଯୋଧ୍ୟ ମାମଲାର ରାୟ। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧକ୍ଷତାରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆସ୍ଥା ଓ ବିଶ୍ବାସରେ ନୁହେଁ ବରଂ ସର୍ବସମ୍ମତି କ୍ରମେ ଏ ବିବାଦରେ ରାୟ ଶୁଣାଇଛନ୍ତି।

କୋର୍ଟ ଉକ୍ତ ବିବାଦୀୟ 2.77 ଜମି ରାମଲାଲାଙ୍କୁ ପ୍ରଦାନ କରିଥିବା ବେଳେ ସମ୍ବିଧାନର ଧାରା 142 ବ୍ୟବହାର କରି ସୁନ୍ନୀ ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ 5 ଏକର ଜମି ପ୍ରଦାନ କରିଛନ୍ତି। ବହୁଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାରେ କୋର୍ଟ ଦେଇଥିବା ରାୟ ଦ୍ବାରା କୌଣସି ପକ୍ଷର କୌଣସି ପକ୍ଷର ବିଜୟ କିମ୍ବା ପରାଜୟ ହୋଇନାହିଁ। ବରଂ ଏହା ଉଭୟ ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବୃଦ୍ଧି କରିଛି।

ଏହି ଐତିହାସିକ ରାୟ ପ୍ରକାଶ ପରେ ଅନେକ ବ୍ୟକ୍ତିବିଶେଷଙ୍କ ସମେତ ବଲିଉଡ୍ ତାରକାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସମସ୍ତେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ସେଥିମଧ୍ୟରୁ ଦବଙ୍ଗଖାନଙ୍କ ବାପା ସଲୀମ ଖାନ ମଧ୍ୟ ଏହା ଉପରେ ନିଜର ମତାମତ ରଖିଛନ୍ତି । ତାଙ୍କର କହିବା ଅନୁସାରେ, ମୁସଲମାନଙ୍କୁ ଦିଆଯାଇଥିବା ଏହି 5 ଏକର ଜମିରେ ମସଜିଦ୍ ନିର୍ମାଣ ନକରି ସ୍କୁଲ ନିର୍ମାଣ କରାଯିବା ଦରକାର।

ସର୍ବଶେଷରେ ଏହି ରାୟ ପ୍ରକାଶ ପାଇସାରିଛି ଏବେ ସମୟ ସମସ୍ତଙ୍କୁ ସ୍ନେହ, ପ୍ରେମ ଓ କ୍ଷମା ଦେବାର । ବର୍ତ୍ତମାନ ସେ ପୁରୁଣା କାହାଣୀର ପରିସମାପ୍ତି ଘଟିଯାଇଛି ତ ମୁସଲିମ ଭାଇଙ୍କୁ ପ୍ରେମ ବାଣ୍ଟି ଓ କ୍ଷମା ଦେଇ ଜୀବନରେ ଆଗେଇ ଚାଲିବା ଉଚିତ୍। ତେଣୁ ବର୍ତ୍ତମାନ ମସଜିଦର ଆବଶ୍ୟକତା ନାହିଁ। ଆମେ ନମାଜ ଯେକୌଣସି ସ୍ଥାନରେ ବି ପଢିପାରିବା।

ହେଲେ ଉତ୍ତମ ଶିକ୍ଷା ପାଇଁ ଏକ ଭଲ ସ୍କୁଲର ଆବଶ୍ୟକତା ରହିଛି । ଭଲ ଶିକ୍ଷା ପାଇଲେ 22 କୋଟି ମୁସଲିମଙ୍କ ପାଇଁ ଦେଶର ବିଭିନ୍ନ ଦୁର୍ବଳତା ଶେଷ ହୋଇଯିବ । ବର୍ତ୍ତମାନ ଶାନ୍ତିରେ ରହିବା ସହ ଭବିଷ୍ୟତ ଉପରେ ଦୃଷ୍ଟିନିକ୍ଷେପ କରିବା ଆବଶ୍ୟକ। ପୁରୁଣା ଦିନର ପରିସମାପ୍ତି କରି ଆସନ୍ତୁ ଏକ ନୂଆ ସକାଳର ସ୍ବାଗତ କରିବା।

Intro:Body:

BLANK

Conclusion:
Last Updated : Nov 10, 2019, 10:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.