ଅମରାବତୀ: ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଗୁଳିବିନିୟମ କାରଣରୁ ପୁଣି ଥରେ ଅଶାନ୍ତ ହୋଇପଡିଛି ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମା । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ତେବେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ରାଜ୍ୟର ସୀମାରେ ଏହା ଦ୍ବିତୀୟ ଏକନାଉଣ୍ଟର ।
ମୃତ ମାଓବାଦୀ ଜଣକ ଓ୍ବାକାପଲ୍ଲୀ ଣଡୁଗୁଲା ମଣ୍ଡଳର ଦୟା ବୋଲି ଜଣାପଡିଛି । ତେବେ ସେ ଗତ 6 ବର୍ଷରୁ ମାଓ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଓଡିଶାର ମାଲକାନଗିରି ସୀମାନ୍ତ ଗୁଜ୍ଜେଡୁରେ ଦୀର୍ଘ 4 ଘଣ୍ଟା ଧରି ଏହି ଗୁଳିବିନିମୟ ଜାରି ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ