ETV Bharat / bharat

ଭାରତୀୟ ରେଳ ଇତିହାସରେ ନୂଆ ରେକର୍ଡ, କୋରବାରେ ପହଁଞ୍ଚିଲା 'ଭାସୁକି'

author img

By

Published : Jan 23, 2021, 7:59 PM IST

ଦେଶର ଦୀର୍ଘ 3.5 କିଲୋମିଟର ମାଲବାହୀ ଟ୍ରେନ୍ "ଭାସୁକି" ସଫଳତାର ସହ କୋରବାରେ ପହଁଞ୍ଚିଛି। ଯାହା ଏକ ନୂଆ ରେକର୍ଡ । ତେବେ ଭାସୁକି ପରେ ଦେଶର ଦ୍ବିତୀୟ ଲମ୍ବା ଟ୍ରେନ୍ ହେଉଛି ଶେଶନାଗ। ଅଧିକ ପଢନ୍ତୁ...

ଭାରତୀୟ ରେଳ ଇତିହାସରେ ନୂଆ ରେକର୍ଡ, କୋରବାରେ ପହଁଞ୍ଚିଲା 'ଭାସୁକି'
ଭାରତୀୟ ରେଳ ଇତିହାସରେ ନୂଆ ରେକର୍ଡ, କୋରବାରେ ପହଁଞ୍ଚିଲା 'ଭାସୁକି'

ରାୟପୁର: ଭାରତୀୟ ରେଳ ଇତିହାସରେ ପ୍ରଥମ। ଦେଶର ଦୀର୍ଘତମ ମାଲବାହୀ ଟ୍ରେନ ଭାସୁକି କୋରବାରେ ପହଁଞ୍ଚିଛି। ଯାହା ଏକ ନୂଆ ରେକର୍ଡ । ଏହି ମାଲବାହୀ ଟ୍ରେନ୍ କୋଇଲା ପରିବହନ ପାଇଁ ବ୍ୟବହୃତ ହେବ। ଯାହା ଭିଲାଇରୁ କୋରବା ମଧ୍ୟରେ ପରିଚାଳିତ ହେଉଥିବା ବେଳେ ଏହାର ଦୂରତା ହେଉଛି 224 କିଲୋମିଟର। ସମ୍ପ୍ରତି 'ଶେଶନାଗ' ମଧ୍ୟ ସଫଳତାର ସହିତ ପରିଚାଳିତ ହୋଇ ଗନ୍ତବ୍ୟସ୍ଥଳରେ ପହଁଞ୍ଚିଛି। ଯାହାର ଲମ୍ବ ଅଢେଇ କିଲୋମିଟର। ତେବେ ଭାସୁକି ପରେ ଦେଶର ଦ୍ବିତୀୟ ଲମ୍ବା ଟ୍ରେନ୍ ହେଉଛି ଶେଶନାଗ।

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଦ୍ବାରା ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ପାଇଁ ଆଜି ରାୟପୁର ଡିଭିଜନର ଭିଲାଇ ଡି କ୍ୟାବିନରୁ ବିଲାସପୁର ଡିଭିଜନର କୋରବା ପର୍ଯ୍ୟନ୍ତ 5 ଟି ମାଲବାହୀ ଟ୍ରେନକୁ ଏକାସାଥେ ଚଳାଚଳ କରିଥିଲା। ଏହି ମାଲବାହୀ ଟ୍ରେନର ମୋଟ ଲମ୍ବ ପ୍ରାୟ 3.5 କିଲୋମିଟର ।

ମାଲବାହୀ ଟ୍ରେନର ଚାଳନା ସମୟ ହ୍ରାସ କରିବା, ଗ୍ରାହକଙ୍କୁ ଶୀଘ୍ର ବିତରଣ କରିବା ପାଇଁ ଦୀର୍ଘ ଦୂରଗାମୀ ମାଲବାହୀ ଟ୍ରେନ୍ କ୍ରମାଗତ ଭାବରେ ପରିଚାଳିତ ହେଉଛି । ଲଙ୍ଗ ହଲ୍ ସୁପର ଆନାକୋଣ୍ଡା (ଶେଶନାଗ) ଟ୍ରେନ୍ 29 ଜୁନ୍ 2020 ରେ କାର୍ଯ୍ୟକ୍ଷମ ହୋଇଥିଲା, ନୂତନ ରେକର୍ଡ ସ୍ଥାପନ କରି ତିନୋଟି ଲୋଡ୍ ମାଲବାହୀ ଟ୍ରେନକୁ ସଂଯୋଗ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.