ETV Bharat / bharat

କୋମାରେ ପ୍ରଣବ ମୁଖାର୍ଜୀ, ପୁଅ କହିଲେ ବାପା ସର୍ବଦା ଯୋଦ୍ଧା

author img

By

Published : Aug 13, 2020, 3:23 PM IST

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବେ କୋମାରେ ଥିବା ନେଇ ଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ମେଡିକାଲ ବୁଲେଟିନ ଜାରି କରାଯାଇ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

କୋମାରେ ଅଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ସଙ୍କାପନ୍ନ ରହିଛି । ଅସ୍ତ୍ରୋପଚାର ସଫଳ ହୋଇଥିବା ସତ୍ତ୍ବେ ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହେଉନାହିଁ । ତେବେ ସେ କୋମାରେ ଥିବା ନେଇ ଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ମେଡିକାଲ ବୁଲେଟିନ ଜାରି କରାଯାଇ ସୂଚନା ଦିଆଯାଇଛି ।

ପୂର୍ବରୁ ଗୁରୁବାର ସକାଳେ ପ୍ରଣବଙ୍କ ଦେହାନ୍ତ ନେଇ ମିଥ୍ୟା ଖବର ପ୍ରଚାର ହୋଇଥିଲା । ଏହା ସମ୍ପୂର୍ଣ୍ଣ ଭାବରେ ଏକ ଗୁଜବ ଥିଲା । ତେବେ ଏହି ଖବର ପ୍ରଚାର ପରେ ପ୍ରଣବଙ୍କ ପୁଅ ଓ ଝିଅ ଶର୍ମିଷ୍ଠା ମୁଖାର୍ଜୀ ବାପା ଏବେ ବି ଜୀବୀତ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପ୍ରତିକ୍ରିୟା ଦେଇଥିଲେ । ପ୍ରଣବଙ୍କ ପୁଅ କହିଛନ୍ତି ଯେ ମୋ ବାପା ସର୍ବାଦା ଯୋଦ୍ଧା ରହିଆସିଛନ୍ତି ।

ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ପ୍ରଣବଙ୍କୁ ଗୁରୁତର ଅବସ୍ଥାରେ ଅଗଷ୍ଟ 10ରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତରୀ ଟିମ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସଫଳ ହୋଇଥିବା କୁହାଯାଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ସେ କୋରୋନାରେ ମଧ୍ୟ ଆକ୍ରାନ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.