ETV Bharat / bharat

ରିପୋର୍ଟରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁର କାରଣ ଲେଖିବେ ଡାକ୍ତର: ICMR

କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୋଭିଡ-19 ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ ଜାରି । ରିପୋର୍ଟରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁର କାରଣ ଲେଖିବେ ଡାକ୍ତର । ଅଧିକ ପଢନ୍ତୁ...

କୋରୋନା ସଂକ୍ରମିତଙ୍କ ମୃତ୍ୟୁର କାରଣ ରିପୋର୍ଟରେ ଲେଖିବେ ଡାକ୍ତର: ଆସିଏମଆର

author img

By

Published : May 11, 2020, 12:12 PM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୋଭିଡ-19 ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କୋରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନିୟମରେ କରାଯାଇଥିବା ପରିବର୍ତ୍ତନ ପରେ, ବର୍ତ୍ତମାନ କୋରୋନାରେ ମୃତ୍ୟୁ ରେକର୍ଡ ବିଷୟରେ ମଧ୍ୟ ନୂଆ ନିୟମ ପ୍ରସ୍ତୁତ କରାଯାଇଛି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସାରା ଦେଶରେ ଡାକ୍ତରମାନଙ୍କୁ କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ସହ ମୃତ୍ୟୁର କାରଣ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ଆସିଏମଆରର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ରୋଗୀର ଶ୍ୱାସକ୍ରିୟାରେ ଅସୁବିଧା, ହୃଦଘାତ କିମ୍ବା ନିମୋନିଆ କାରଣରୁ ମୃତ୍ୟୁ ହୋଇଥିଛି ତାହା ଡାକ୍ତର ରିପୋର୍ଟରେ ଲେଖି ଜଣାଇବାକୁ ପଡିବ।

ଭାରତରେ କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 2000ରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଏହି କାରଣରୁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣକୁ କିଛି ଶ୍ରେଣୀରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଡାକ୍ତରମାନଙ୍କୁ ଆକ୍ରାନ୍ତଙ୍କୁ ପୂର୍ବରୁ ଥିବା ରୋଗ, କୋରୋନା ପରେ ହେଉଥିବା ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ବିଷୟରେ ଜଣାଇବାକୁ କୁହାଯାଇଛି। ଏହି ରେକର୍ଡଗୁଡିକ ମାଧ୍ୟମରେ ଆଇସିଏମଆର ଜାଣିବାକୁ ଚାହୁଁଛି ଯେ, ଦେଶରେ କୋରୋନା ହେବାର ସବୁଠାରୁ ବଡ କାରଣ କ’ଣ, ଯାହା ଉପରେ ନଜର ରଖାଯାଇପାରିବ।

ଆଇସିଏମଆର କହିଛି ଯେ, କୋଭିଡ-19ଙ୍କ ମୃତ୍ୟୁ ପଛରେ କିଛି ଅନ୍ୟ କିଛି କାରଣ ଥାଇପାରେ। କୋରୋନାରେ ମୃତ୍ୟୁବରଣ କରୁଥିବା ରୋଗୀମାନେ ନିଶ୍ୱାସ ନେବାରେ, ହୃଦଘାତରେ କିମ୍ବା ନିମୋନିଆରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯେଉଁଥିପାଇଁ ସେମାନଙ୍କର ମୃତ୍ୟୁ ଘଟୁଛି । ଏହି ସମସ୍ତ ରୋଗ ବିଷୟରେ ପୃଥକ ସୂଚନା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଏହି ପ୍ରକାର ରୋଗ କୋରୋନା ଭାଇରସକୁ ମଣିଷ ଶରୀରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ ଏବଂ ରୋଗୀର ସ୍ବାସ୍ଥ୍ୟାବସ୍ଥା ଶୀଘ୍ର ଖରାପ ହେବାକୁ ଲାଗିଥାଏ । କିଛି ଦିନ ଧରି ରୋଗୀ ଏହା ସହ ଲଢିଥାଏ। ଏହାପରେ ତାର ମୃତ୍ୟୁ ହୋଇଯାଇଥାଏ ।

ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ, ଯେଉଁଠାରେ କୋରୋନାରୁ ମୃତ୍ୟୁ ହାର ଦ୍ରୁତ ଗତିରେ ବଢୁଛି, ଆଇସିଏମଆର ଡାଏରର୍ଜନ ମ୍ୟାଟ୍ରିକ୍ସ ଦ୍ୱାରା ମୃତ୍ୟୁ ହାରକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। ଯଦି ରୋଗ ଓ ମୃତ୍ୟୁର ବିଷୟକରେ ଜଣାପଡିବ ତେବେ କରୋନାରେ ମୃତ୍ୟୁ ସଂଖ୍ୟାକୁ ରୋକାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.