ନୂଆଦିଲ୍ଲୀ: ଦିଲ୍ଲୀରେ ପୁର୍ଣ୍ଣ ଯାତ୍ରୀ କ୍ଷମତା ସହ ଆରମ୍ଭ ହେବାକୁ ଯାଉଛି ବସ ସେବା । କୋରୋନା ସଂକ୍ରମଣ ଆଖିରେ ରଖି ଦୀର୍ଘ ମାସ ଧରି ବନ୍ଦ ଥିବା ଏହି ଯାତ୍ରୀ ପରିବହନ ସେବା ଆଜି(ରବିବାର)ଠାରୁ ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହିପରି ନିଷ୍ପତ୍ତି ଆସିବା ପରେ କିଛି ଏହାକୁ ସ୍ବାଗତ କରିଥିବା ବେଳେ ଆଉ କିଛି ଏହାକୁ ଏହା ସଂକ୍ରମଣକୁ ଆହୁରି ବଢାଇବାରେ ସାହାଯ୍ୟ କରିବ ବୋଲି ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀ ସରକାରଙ୍କ ଏପରି ନିଷ୍ପତ୍ତି ପରେ କିଛି ବ୍ୟକ୍ତି ଏହା ହେବା ଉଚିତ ବୋଲି ମଧ୍ୟ ମତ ଦେଉଛନ୍ତି । ପୁର୍ବରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଥମେ ବସ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ କ୍ଷମତା ଠାରୁ କମ ସଂଖ୍ୟକ ଯାତ୍ରୀଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଥିଲା । ଫଳରେ ଆବଶ୍ୟକ ସଂଖ୍ୟାରେ ଯଥେଷ୍ଟ ବସ ଉପଲବ୍ଧ ହେଉନଥିବାରୁ ଯାତ୍ରୀ ମାନେ ବେସ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଥିଲା । ଏବେ ପୁର୍ଣ୍ଣ ଯାତ୍ରୀ କ୍ଷମତାରେ ବସ ଚଳାଇବା ନିଷ୍ପତ୍ତିକୁ କିଛି ଲୋକେ ସ୍ବାଗତ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।
ତେବେ ଏହି ସେବା ପୁନଃ କାର୍ଯ୍ୟକ୍ଷମ ହେବା ସହ କୋଭିଡ ଭୟକୁ ମଧ୍ୟ ବଢାଇଥିବା ଦେଖିବାକୁ ମିଳିଛି । ପ୍ରଥମିକ ଭାବେ ଏହି ବସ ସେବା ପରୀକ୍ଷା ମୂଳକ ଭାବେ ଆସନ୍ତା 8 ତାରିଖ ଯାଏ ଚାଲିବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ଏହା ବାବଦରେ ନିଷ୍ପତ୍ତି ନିଆ।ଯିବା ନେଇ ଦିଲ୍ଲୀ ସରକାର କହିଛନ୍ତି । କେବଳ ପୁର୍ଣ୍ଣ କ୍ଷମତା ସହ ବସ ଗୁଡିକ ଚାଲିବାକୁ ଥିବା ବେଳେ କେହି ଯାତ୍ରୀ ଯେମିତି ଛିଡା ହୋଇ ନଯାନ୍ତି ସେଥିପ୍ରତି ଦିଲ୍ଲୀ ପରିବହନ ନିଗମ ଧ୍ୟାନ ଦେବା ନେଇ ସରକାର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ