ରାଞ୍ଚି: ଇଣ୍ଟରନେଟ ଯୁଗରେ ବିବାହ ପାଇଁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଏମିତି କି ବର କନ୍ୟା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେଉଛି । କିନ୍ତୁ ଆଦିବାସୀ ସମାଜର ଲୋକ ଆଜି ମଧ୍ୟ ସେମାନଙ୍କ ପାରମ୍ପାରିକ ରିତିନୀତିରେ ମେଳା ଲଗାଇ ବର କନ୍ୟା ଚୟନ କରୁଛନ୍ତି । ଏଭଳି ଏକ ଗାଁ ରହିଛି ଝାଡଖଣ୍ଡରେ । ଯେଉଁଠି ଅନେକ ବର୍ଷ ପୂର୍ବରୁ ଏହି ପରମ୍ପରା ଚାଲିଆସୁଛି । ଏହି ମେଳାରେ ଗାଁର ଯୁବକ ଯୁବତୀ ମାନେ ନିଜ ମନପସନ୍ଦର ଜୀବନ ସାଥି ବାଛି ବିବାହ କରିଥାନ୍ତି ।
ବିଜୟାଦଶମୀ ଅବସରରେ ଆଦର୍ଶ ଗାଁ ଚିନୌନ୍ଦିରେ ଦଶାଇ ଯାତରା ମେଳାର ଆୟୋଜନ କରାଯାଇଥିଲା । ଏହାର ଆରମ୍ଭ ଗାଁର ପାହନ ବାହାଦୁର ମୁଣ୍ଡା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ । ଯେଉଁଥିରେ ଗାଁର ଯୁବକ ଯୁବତୀ ଓ ବୟସ୍କ ମାନେ ନୂଆ ବସ୍ତ୍ର ପିନ୍ଧି ପାରମ୍ପାରିକ ବେଶଭୁଷାରେ ନୃତ୍ୟ କରିଥିବା ନଜର ଆସିଥିଲେ ।
ଏହି ଯତରା ମେଳାରେ ଆଖପାଖ ଗାଁ ବ୍ୟତୀତ ଦୂରଦୂରାନ୍ତରୁ ମଧ୍ୟ ଲୋକଙ୍କ ଆଗମନ ହୋଇଥାଏ । ଝାଡଖଣ୍ଡର ବିଭିନ୍ନ କ୍ଷେତ୍ରରେ ରହୁଥିବା ଆଦିବାସୀ ସମାଜର ଲୋକମାନେ ଖୁସି ବାଣ୍ଟିବା ପାଇଁ ଏହି ମେଳାର ଆୟୋଜନ କରିଥାନ୍ତି । ଯାହା ଯତରା ମେଳା ନାମରେ ନାମିତ ।
ଏହି ପରମ୍ପରାରେ ଆଦିବାସୀ ସମାଜର ଅନେକ ସମାଜ ଓ ସଂସ୍କୃତି ଯୋଡି ହୋଇରହିଛି । ଏଥିରୁ ପ୍ରମୁଖ ବିଶେଷତ୍ବ ହେଉଛି ବର କନ୍ୟା ଖୋଜିବା । ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ସମାଜର ଯୁବକ ଯୁବତୀ ସାମିଲ ହୋଇଥାନ୍ତି । ଜଣେ ଆଉ ଜଣକୁ ପସନ୍ଦ କରିବାର ସୁଯୋଗ ପାଇଥାନ୍ତି । ଯାହାଦ୍ବାରା ପରିବାର ଲୋକ ବିବାହ ସମ୍ବନ୍ଧିତ କଥା ହୋଇଥାନ୍ତି । ଆଉ ଏହାପରେ ବିବାହ କାର୍ଯ୍ଯ ହୋଇଥାଏ ।