ETV Bharat / bharat

ହିମାଚଳରେ ବର୍ଷର ପ୍ରଥମ ବଡ ହିମ ପାତ: ଜମିରହିଛି 5 ଇଞ୍ଚର ବରଫ, ଅଟକି ରହିଛନ୍ତି ହଜାରରୁ ଊର୍ଦ୍ଧ୍ବ ପର୍ଯ୍ୟଟକ - Snow fall in himachalpradesh

ପର୍ବତନଗରୀ ହିମାଚଳପ୍ରଦେଶରେ ପ୍ରବଳ ବରଫପାତ । 879 ଜାତୀୟରାଜପଥ ବନ୍ଦ ରହିବା ସହ ପ୍ରଦେଶରେ ବିଦ୍ୟୁତ, ପାନୀୟ, ରାସ୍ତା ଓ ଦୁରସଞ୍ଚାର ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ଅଧିକ ପଢନ୍ତୁ...

Himachal
ହିମାଚଳରେ ବର୍ଷର ପ୍ରଥମ ବଡ ହିମ ପାତ
author img

By

Published : Jan 9, 2020, 10:25 AM IST

Updated : Jan 9, 2020, 12:17 PM IST

ସିମଲା: ହିମାଚଳରେ ବର୍ଷର ସବୁଠୁ ବଡ ହିମପାତ। ବୁଧବାର ସକାଳ 5ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ତେଣୁ ରାଜ୍ୟରେ 5 ଇଞ୍ଚର ବରଫ ଜମିରହିଛି । ପ୍ରବଳ ବରଫପାତ ଯୋଗୁଁ ଜାତୀୟ ରାଜପଥ ବନ୍ଦ ହୋଇଯାଇଛି। ତେବେ ଏତେ ମାତ୍ରାରେ ବରଫପାତ ଯୋଗୁଁ ପୃଥିବୀ ରାଣୀ ଧଳା ଚାଦରରେ ସମ୍ପୂର୍ଣ୍ଣ ଭାବେ ଘୋଡେଇ ହେବା ପରି ପ୍ରତୀତ ହେଉଛି ।

ହିମାଚଳରେ ବର୍ଷର ପ୍ରଥମ ବଡ ହିମ ପାତ

ବରଫପାତ ଯୋଗୁଁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ଫଳରେ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଶୀତ ବସ୍ତ୍ର ଓ ନିଆଁର ସାହାରାରେ ଦିନ କାଟୁଛନ୍ତି ଲୋକେ । ଏତେ ମାତ୍ରାରେ ବରଫପାତ ଯୋଗୁଁ କେତେକ ସ୍ଥାନରେ ବହୁ ଅଘଟଣ ଦେଖିବାକୁ ମିଳିଛି । ସେହିଭଳି ଜଣେ ଯୁବକର ପାଦ ଖସି ଯିବାରୁ ଖାଇରେ ପଡି ମୃତ୍ୟୁ ହୋଇଥିବାବେଳେ ବଡ ହିମ ଖଣ୍ଡ ପଡି କେତେକ ସ୍ଥାନରେ ଘର ଓ ଗାଡି କ୍ଷତିଗ୍ରସ୍ତ ହୋଇଛି।

Himachal
ହିମାଚଳରେ ବର୍ଷର ପ୍ରଥମ ବଡ ହିମ ପାତ

ଜନଜାତୀୟ କ୍ଷେତ୍ର ପାଙ୍ଗୀର ପାଓ୍ବାର ହାଉସରେ ହିମ ଖଣ୍ଡ ପଡିବାରୁ ଆଖପାଖ 3ଟି ପଞ୍ଚାୟତରେ ବିଦ୍ୟୁତ ଶକ୍ତି ବ୍ୟାହତ ରହିଛି । ସେହିଭଳି 800ରୁ ଅଧିକ ଟ୍ରାନ୍ସଫର୍ମର ଖରାପ ହୋଇଯିବାରୁ ପ୍ରଦେଶର କେତେକ ଅଂଶ ଅନ୍ଧାର ରହିଛି । ଅନ୍ୟପଟେ ଅତ୍ୟଧିକ ଥଣ୍ଡା ଯୋଗୁଁ ନାଳରୁ ପାଣି ବାହାରିବା ମୁସ୍କିଲ ହୋଇପଡିଛି । ପାରଦ ମାଇନସ ହୋଇଯିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।

Himachal
ହିମାଚଳରେ ବର୍ଷର ପ୍ରଥମ ବଡ ହିମ ପାତ

ସିମଲା ସହର ବ୍ୟତୀତ ରାଜ୍ୟର କେତେକ କ୍ଷେତ୍ର ସହ ସମ୍ପର୍କ ବିଚ୍ଛିନ୍ନ ରହିଛି । ରାସ୍ତା ଜାମ ରହିଥିବାରୁ ସିମଲାରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଅନେକ ମନ୍ତ୍ରୀ ଓ ଅଧିକାରୀ ଚାଲିଚାଲି ଅଫିସରେ ପହଞ୍ଚିଛନ୍ତି । ସେହିପରି ଅନ୍ୟପଟେ ମନାଲିରେ ହଜାରରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଫସିରହିଛନ୍ତି ।

Intro:Body:

BLANK

Conclusion:
Last Updated : Jan 9, 2020, 12:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.