ETV Bharat / bharat

ବେଙ୍ଗାଲୁରୁ-ମହୀଶୂର ସ୍ପିଡ ଟ୍ରେନ ଟ୍ରାଏଲ ସଫଳ - ବେଙ୍ଗାଲୁରୁ-ମହିସୂରୁ ରେଳ ମାର୍ଗରେ ଏକ ହାଇ ସ୍ପିଡ୍ ଟ୍ରେନ ଟ୍ରାୟଲ

ସଫଳ ହୋଇଛି ବେଙ୍ଗାଲୁରୁ-ମହୀଶୂର ରେଳ ମାର୍ଗରେ ଏକ ହାଇ ସ୍ପିଡ୍ ଟ୍ରେନ ଟ୍ରାଏଲ। ସୂଚନା ଦେଲା ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅଧିକ ପଢନ୍ତୁ ....

ସଫଳ ହେଲା ବେଙ୍ଗାଲୁରୁ-ମହିଶୂର ସ୍ପିଡ ଟ୍ରେନ ଟ୍ରାଏଲ

author img

By

Published : Oct 31, 2020, 8:23 PM IST

ବେଙ୍ଗାଲୁରୁ: ସଫଳ ହୋଇଛି ବେଙ୍ଗାଲୁରୁ-ମହୀଶୂର ରେଳ ମାର୍ଗରେ ହାଇ ସ୍ପିଡ୍ ଟ୍ରେନ ଟ୍ରାଏଲ । ଟ୍ରାକ ଆଧୁନିକୀକରଣ କାର୍ଯ୍ୟ ପରେ ହାଇ ସ୍ପିଡ ଯାତ୍ରା ସଫଳ ହୋଇଥିବା କୁହାଯାଇଛି । ପରୀକ୍ଷଣ ସଫଳ ହୋଇଥିବା ନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • The results of intensive track 🛤️ maintenance carried out between Bengaluru & Mysuru in Karanataka are there for everyone to see.

    The journey has become so smooth that not even a single drop of water 💧 spilled out of the glass while the train was traveling at high speed. pic.twitter.com/r7aFp55gSA

    — Piyush Goyal (@PiyushGoyal) October 30, 2020 " class="align-text-top noRightClick twitterSection" data=" ">

ଦୃତ ଗତିରେ ଟ୍ରାକ ଉପରେ ଟ୍ରେନ ଗଡିଥିଲେ ମଧ୍ୟ ପରୀକ୍ଷଣ ପାଇଁ ଏକ କୋଚରେ ରଖା ଯାଇଥିବା ଏକ ପାଣି ଗ୍ଲାସରୁ ବୁନ୍ଦାଏ ବି ପାଣି ତଳକୁ ଗଡି ନଥିବା ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟରେ ଭିଡିଓ ଜାରି କରି ପରୀକ୍ଷଣ ସଫଳ ହୋଇଥିବା ସୂଚନା ଦେଇଛନ୍ତି । ମନ୍ତ୍ରୀ ଶୁକ୍ରବାର ରାତିରେ ଜାରି କରିଥିବା ଟୁଇଟରେ ଟ୍ରେନର ଏକ ବଗିରେ ଟେବୁଲ ଉପରେ ରଖାଯାଇଥିବା ପାଣି ଭର୍ତ୍ତି କାଚ ଦେଖାଯାଇଛି ଏବଂ ଯାତ୍ରା ସମୟରେ ଏକ ଡ୍ରପ୍ ବି ତଳେ ପଡିନାହିଁ। ଯାହା ପରୀକ୍ଷଣର ସଫଳତାକୁ ଦର୍ଶାଉଥିବା କୁହାଯାଇଛି ।

ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ 130 କିଲୋମିଟରରୁ ଅଧିକ ଷ୍ଟ୍ରେଚର କାର୍ଯ୍ୟ ଗତ ଛଅ ମାସ ମଧ୍ୟରେ 40 କୋଟି ଟଙ୍କା ବ୍ୟୟରେ କରାଯାଇଥିଲା । ଆଧୁନିକ ପ୍ରକ୍ରିୟାରେ ଟ୍ରାକ ଦୃଢିକରଣ ପରେ ଏତେ ବେଗରେ ଟ୍ରେନ ଗଡିବା ସଫଳ ହୋଇପାରିଥିବା ସେ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.