ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବ୍ୟାପୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପୁଣି ଥରେ ଦୁଇ ସପ୍ତାହ ପାଇଁ ଲକଡାଉନକୁ ବୃଦ୍ଧି କରିଛି । ଲକଡାଉନର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ 17 ମେ ଶେଷ ହେବ । ଏଥର ଲକଡାଉନକୁ ଆହୁରି ଅନେକ ରିହାତି ଦିଆଯାଇଛି । ତେବେ ଏଥର ମଧ୍ୟ ରେଳ, ମେଟ୍ରୋ, ବିମାନ ସେବା ଏବଂ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏପରି ସ୍ଥିତିରେ ଲକଡାଉନରେ ମଦ୍ୟପାନ ଏବଂ ପାନ ମସଲା ବିକ୍ରିକୁ ନେଇ ଏକ ବଡ ଘୋଷଣା କରାଯାଇଛି।
କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥର ଲକଡାଉନ ସମୟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଅବଶ୍ୟ, ଲକଡାଉନ ସମୟରେ ମଦ ଦୋକାନ ଗୁଡ଼ିକୁ କିଛି ସର୍ତ୍ତ ଏବଂ ନିମ ଅନୁସରଣ କରିବାକୁ ପଡିବ । ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଗ୍ରୀନ୍, ଅରେଞ୍ଜ ଏବଂ ରେଡ ଏହି ତିନୋଟି ଜୋନରେ ମଦ ବିକ୍ରିର ରିହାତି ଉପଲବ୍ଧ ହେବ । ଏହି ରିହାତିରେ, ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଏକ ସମୟରେ ଦୋକାନରେ 5 ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏହା ସହିତ ଏହି ସମସ୍ତ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ।
ତେବେ କ୍ୟାଣ୍ଟନମେଣ୍ଟ ଜୋନରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। କଣ୍ଟେନମେଣ୍ଟ ଜୋନ୍ ହେଉଛି ସେହି ଅଞ୍ଚଳ ଯେଉଁଠି କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପରେ ସିଲ୍ କରାଯାଇଛି । ତେବେ ମଦ ଦୋକାନରେ କେବଳ ବିକ୍ରି ହୋଇପାରିବ। ମଲ ଏବଂ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ମଦ ବିକ୍ରି ହୋଇପାରିବ ନାହିଁ । ଏହି ସ୍ଥାନରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଜାରି ରହିବ ।
ଏହା ସହିତ ପାନ ମସଲା ବିକ୍ରି ଉପରେ ଥିବା ପ୍ରତିବନ୍ଧକ ମଧ୍ୟ ଏଥର ଲକଡାଉନରେ ହଟାଇ ଦିଆଯାଇଛି। ଏଠାରେ ମଧ୍ୟ 6 ଫୁଟ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ବାହାରକୁ ବାହାରିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଏହା ସହିତ, ଦୋକାନୀମାନେ ସ୍ଥିର କରିବାକୁ ପଡିବ ଯେ, ଦୋକାନରେ 5ରୁ ଅଧିକ ଲୋକ ଠିଆ ହେବେ ନାହିଁ । ମଦ ଏବଂ ପାନ ମସଲା ବିକ୍ରି ହୋଇପାରିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେଗୁଡିକ ସର୍ବସାଧାରଣ ସ୍ଥାନରେ ଖାଇବ ନାହିଁ ।