ETV Bharat / bharat

ଆନ୍ଧ୍ର ପ୍ରଦେଶରେ ମଦ ଦର 75% ବୃଦ୍ଧି, ଦୋକାନ 13%କୁ ହ୍ରାସ

author img

By

Published : May 10, 2020, 3:40 PM IST

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଦ ଦର 75% ବୃଦ୍ଧି କରିବା ପରେ ଏବେ ମଦ ଦୋକାନକୁ 13% ହ୍ରାସ କରିଛନ୍ତି । ଏଥି ସହିତ ମଦ ବିକ୍ରିର ସମୟ ସୀମା ମଧ୍ୟ 40 ପ୍ରତିଶତ ହ୍ରାସ କରିଛନ୍ତି ସରକାର । ଅଧିକ ପଢନ୍ତୁ...

The Andhra Pradesh government has now reduced its shops by 13% after a 75% increase in alcohol prices
ମଦ ଦରରେ 75% ବୃଦ୍ଧି ପରେ ଏବେ ଦୋକାନକୁ 13% ହ୍ରାସ କଲେ ଆନ୍ଧ୍ର ସରକାର

ହାଇଦ୍ରାବାଦ: କୋରୋନା ପାଇଁ ସରକାର ଘୋଷଣା କରିଥିବା ଲକଡାଉନରେ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟରେ ମଦ ଦୋକାନକୁ 13% ହ୍ରାସ କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଦ ଦର 75% ବୃଦ୍ଧି କରିବା ପରେ ରାଜ୍ୟରେ କେବଳ 4380 ରୁ 2,934 ଘରୋଇ ମଦ ଦୋକାନ ରହିଛି । ନିର୍ବାଚନ ପୂର୍ବରୁ ଜଗନ ମୋହନ ରେଡ୍ଡୀ ଏକ ମଦମୁକ୍ତ ରାଜ୍ୟ ପାଇଁ ପ୍ରତିଶୃତି ଦେଇଥିଲେ । ଏଥିସହ ସରକାର 43,000 ବେଲ୍ଟ ଦୋକାନ ବନ୍ଦ କରିଦେଇଥିବା ବେଳେ ମଦର ବିକ୍ରୟ ସମୟ ସୀମା ମଧ୍ୟ ହ୍ରାସ କରିଦେଇଥିଲେ ।

ଅକ୍ଟୋବର 2019ରୁ ମାର୍ଚ୍ଚ 2020 ମଧ୍ୟରେ ମଦରେ 24% ଏବଂ ବିୟର ବିକ୍ରିରେ 55% ହ୍ରାସ ଘଟିଛି । ବେଆଇନ ମଦ, ଗିରଫ ଏବଂ ଗାଡି ଜବତ ପୂର୍ବ ବର୍ଷ ତୁଳନାରେ 2020ରେ ବହୁତ ଅଧିକ ହୋଇଛି । ଏଥି ସହିତ ରାଜ୍ୟରେ ବିକ୍ରୟ ସମୟ ସୀମା 40 ପ୍ରତିଶତ ହ୍ରାସ କରାଯାଇଛି । ବର୍ତ୍ତମାନ ରାଜ୍ୟରେ 840ରୁ କେବଳ 530 ଥର ଏହି ଅପରେସନ୍ ଜାରି କରାଯାଉଛି ।

ନିକଟ ଅତୀତରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲଜି ପଲିମର କାରଖାନାରେ ଗ୍ୟାସ୍ ଲିକ୍ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 11 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଲୋକ ପ୍ରଭାବିତ ହୋଇଥିଲେ । ଏଥିରେ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା କ୍ଷତିପୂରଣ ସହ ଯେଉଁମାନେ ଭେଣ୍ଟିଲେଟରରେ ଅଛନ୍ତି ସେମାନଙ୍କୁ 10 ଲକ୍ଷ ଟଙ୍କା ଲେଖାଁଏ ସାହାଯ୍ୟ କରିବାକୁ ଆନ୍ଧ୍ର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.