ETV Bharat / bharat

21 ବର୍ଷିୟ ଯୁବକ କୋରୋନା ଆକ୍ରାନ୍ତ ପରେ ଗ୍ରାମକୁ ସିଲ୍ କଲା ପ୍ରଶାସନ

author img

By

Published : Mar 30, 2020, 4:27 PM IST

ପଞ୍ଜାବରେ ଜଣେ 21 ବର୍ଷିୟ ଯୁବକ କୋରୋନାରେ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଉକ୍ତ ଗ୍ରାମକୁ ସିଲ୍ କରି ଦିଆଯାଇଛି । ସୂଚନାମୁତାବକ, ଉକ୍ତ ଯୁବକ ଜଣକ ପଟିଆଲା ଜିଲ୍ଲାର ରାମନଗର ସାଇନିଆ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ନେପାଳରୁ ଫେରିଥିଲେ । ଅଧିକ ପଢନ୍ତୁ...

The administration sealed off the village after 21-year-old was infected in corona
21 ବର୍ଷିୟ ଯୁବକ କୋରୋନା ଆକ୍ରାନ୍ତ ପରେ ଗ୍ରାମକୁ ସିଲ୍ କଲା ପ୍ରଶାସନ

ଚଣ୍ଡିଗଡ଼: କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରି ରଖିଛି । ଦେଶରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ଦେଶବାସୀ । ଏପଟେ ପଞ୍ଜାବରେ ଜଣେ 21 ବର୍ଷିୟ ଯୁବକ କୋରୋନାରେ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଉକ୍ତ ଗ୍ରାମକୁ ସିଲ୍ କରି ଦିଆଯାଇଛି । ସୂଚନାମୁତାବକ, ଉକ୍ତ ଯୁବକ ଜଣକ ପଟିଆଲା ଜିଲ୍ଲାର ରାମନଗର ସାଇନିଆ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ନେପାଳରୁ ଫେରିଥିଲେ । ତେବେ ତାଙ୍କ ପରିବାର ସଦସ୍ୟଙ୍କ COVID-19 ପରିକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିବା ଜଣା ପଡ଼ିଛି । ତେବେ ଉକ୍ତ ଗାଁକୁ ପରିମଳ କରାଯିବା ସହ ପୋଲିସ ଏବଂ ଡାକ୍ତରୀ ଦଳ ନିୟୋଜିତ କରାଯାଇଛି ।

ମାର୍ଚ୍ଚ 19 ରେ ନେପାଳରୁ ଫେରିଥିବା ଗୁରୁପ୍ରୀତ ସିଂଙ୍କୁ ମାର୍ଚ୍ଚ 26 ରେ ଅମ୍ବାଲା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ COVID-19 ପରୀକ୍ଷା କରାଯାଇଥିଲା। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ମୁତାବିକ, ଏହାପୂର୍ବରୁ ଭାରତରେ ମୋଟ 1000 ରୁ ଉର୍ଦ୍ଧ୍ବ COVID-19 ମାମଲା ଚିହ୍ନଟ ହୋଇଥିବା ବେଳେ ଏଯାବତ୍ 30 ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.