ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ଗିରଫ ହୋଇଥିବା 4 ଅଭଯୁକ୍ତଙ୍କୁ କୋର୍ଟ 14 ଦିନିଆ ନ୍ୟାୟିକ ହେପାଜତରେ ପଠାଇଛନ୍ତି । ଅଭିଯୁକ୍ତମାନେ ମହିଳା ଡାକ୍ତରାଣୀଙ୍କୁ ଅପହରଣ କରିବା ସହ ତାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ପୀଡିତାଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।
ହାଇଦ୍ରାବାଦର 50 କିଲୋମିଟର ଦୂରରେ ଏକ ଥାନାରେ ଚାରି ଜଣ ଅଭିଯୁକ୍ତଙ୍କୁ ରଖାଯାଇଛି । ଥାନା ସାମ୍ନାରେ 'ଆମକୁ ନ୍ୟାୟ ଦିଅ' ନାରା ଲାଗାଇ ସ୍ଥାନୀୟ ଅଧିବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଏଥିରେ ମହାଳା ଓ ଛାତ୍ର ମଧ୍ୟ ସାମିଲ ଥିଲେ । ଆଭିଯୁକ୍ତଙ୍କୁ ବିନା ଜେରା କରି ଅତିଶୀଘ୍ର ଫାଶିରେ ଝୁଲାଇ ଦେବାକୁ ଦାବି ଉଠୁଛି ।