ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଥିବା ବିଶ୍ବ ପ୍ରସିଦ୍ଧ ଭଗବାନ ବାଙ୍କେ ବିହାରୀ ମନ୍ଦିରକୁ ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ତେବେ ଅକ୍ଟୋବର 17 ତାରିଖରେ ମନ୍ଦିରକୁ ପ୍ରଥମେ ଖୋଲା ଯାଇଥିଲା କିନ୍ତୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିବା ପରେ ମନ୍ଦିରକୁ ପୁଣି 19 ତାରିଖରେ ବନ୍ଦ କରାଯାଇଥିଲା । କିନ୍ତୁ ସେବାୟତ ଓ ବିଭିନ୍ନ ସଂଗଠନର ବିରୋଧ ପରେ ମନ୍ଦିରକୁ ରବିବାର ପୁଣି ଖୋଲାଯାଇଛି ।
ବାଙ୍କେ ବିହାରୀ ମନ୍ଦିର ଖୋଲିବା ପରେ ଭକ୍ତମାନେ ଖୁସିରେ ବିଭୋର ହୋଇ ପଡିଛନ୍ତି ।
![କୋରୋନା କଟକଣାରେ ଚାଲିଛି ବାଙ୍କେ ବିହାରୀଙ୍କ ଦର୍ଶନ](https://etvbharatimages.akamaized.net/etvbharat/prod-images/up-mat-02-thakur-banke-bihari-gavea-visitto-thedevotees-1byte-visual-10057_25102020161002_2510f_1603622402_67.jpg)
କିନ୍ତୁ ଭକ୍ତ, ମନ୍ଦିରର ସେବାୟତ ଓ ବିଭିନ୍ନ ସଂଗଠନର ବିରୋଧ ପରେ ରବିବାର ପୁଣି ମନ୍ଦିର ଖୋଲା ଯାଇଛି । ତେବେ ରବିବାର ମଧ୍ୟ ମନ୍ଦିର ଖୋଲିବା ପରେ ଭକ୍ତଙ୍କ ଭିଡ ଜମି ଯାଇଥିଲା । କିନ୍ତୁ ଏଥର ଶ୍ରଦ୍ଧାଳୁମାନେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ଏବଂ ମନ୍ଦିର ପରିଚାଳନା ଦ୍ବାରା କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ଧାଡ଼ି ବାନ୍ଧିବା ସହିତ ସାମାଜିକ ଦୂରତା ଏବଂ ପରିମଳ ନିୟମ ପାଳନ କରିଥିଲେ । ମନ୍ଦିରରେ ଶାନ୍ତିପୂର୍ଣ୍ଣ ଭାବରେ ଠାକୁର ବାଙ୍କେ ବିହାରୀ ପରିଦର୍ଶନ କରି ଶାନ୍ତି ଲାଭ କରିଥିବା କହିଛନ୍ତି ।
ମନ୍ଦିର ଖୋଲିବା ପରେ ଡିଏମ ସର୍ବଜ୍ଞରାମ ମିଶ୍ର ଏବଂ ଏସଏସପି ଡଃ ଗୌରବ ଗ୍ରୋଭର ମନ୍ଦିରରେ ପହଞ୍ଚି ଏହି ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। କୋରୋନା କଟକଣା ଅନୁଯାୟୀ ସଠିକ୍ ଭାବରେ ଭଗବାନଙ୍କ ଦର୍ଶନ ହେଉଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ