ETV Bharat / bharat

ଏପର୍ଯ୍ୟନ୍ତ 14 ଲକ୍ଷ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଛି: ଆଇସିଏମଆର

author img

By

Published : May 3, 2020, 1:01 PM IST

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଏପର୍ଯ୍ୟନ୍ତ 14 ଲକ୍ଷ ଲୋକଙ୍କ କରୋନା ପରୀକ୍ଷା ଶେଷ କରିଛି। ଏହି ପରୀକ୍ଷା ଜାନୁୟାରୀ 30ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଛି । ତେବେ ଗତ ଜାନୁଆରୀ 30ରେ କେରଳରେ ପ୍ରଥମ କୋରୋନା ଆକ୍ରାନ୍ତ ମାମଲା ରିପୋର୍ଟ ହୋଇଥିଲା।

_corona testing
ଏପର୍ଯ୍ୟନ୍ତ 14 ଲକ୍ଷ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଏପର୍ଯ୍ୟନ୍ତ 14 ଲକ୍ଷ ଲୋକଙ୍କ କୋରୋନା ପରୀକ୍ଷା ଶେଷ କରିଛି। ଏହି ପରୀକ୍ଷା ଜାନୁୟାରୀ 30ରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଛି । ତେବେ ଗତ ଜାନୁଆରୀ 30ରେ କେରଳରେ ପ୍ରଥମ କୋରୋନା ଆକ୍ରାନ୍ତ ମାମଲା ରିପୋର୍ଟ ହୋଇଥିଲା।

ଆଇସିଏମଆର ଅନୁଯାୟୀ, ପ୍ରତିଦିନ 70 ହଜାର ପରୀକ୍ଷା କରାଯାଉଛି। ଏହା ମଧ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଦେଶରେ ମେ 17 ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି। କିନ୍ତୁ ଏହା ସର୍ତ୍ତ୍ବେ ଆକ୍ରାନ୍ତ ମାମଲା ଥମିବାର ନାଁ ନେଉନି ।

ଆଇସିଏମଆର ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ କୋରୋନା ଆକ୍ରାନ୍ତ ଆକ୍ଟିଭ ସଂଖ୍ୟା ବୃଦ୍ଧି ପାଇ 26,535ରେ ପହଞ୍ଚିଛି । ଏହାଛଡା ବର୍ତ୍ତମାନ ସୁଦ୍ଧା 10017 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାଛଡା ଏପର୍ଯ୍ୟନ୍ତ କୋରୋନା କାରଣରୁ 1223 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ଏପଟେ କୋରୋନା କାରଣରୁ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ମୋଟ 521 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗୁଜୁରାଟରେ 236, ମଧ୍ୟପ୍ରଦେଶରେ 145, ରାଜସ୍ଥାନରେ 62, ଦିଲ୍ଲୀରେ 61, ୟୁପିରେ 43 ଏବଂ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ 33-33 ମୃତ୍ୟୁ ଘଟିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.