ETV Bharat / bharat

ବିହାର ନିର୍ବାଚନରେ ଆରଜେଡିର ବିଜୟ ହେଲେ କାଶ୍ମୀରରୁ ଆସିବେ ଆତଙ୍କୀ ! - ବିହାର ନିର୍ବାଚନ

ବିହାର ନିର୍ବାଚନୀ ସଭାରେ ବିବାଦିତ ବୟାନ ଦେଇଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ । ନିର୍ବାଚନରେ ଆରଜେଡିର ବିଜୟ ହୁଏ, ତାହେଲେ କାଶ୍ମୀରରୁ ଆତଙ୍କବାଦୀମାନେ ଏଠାକୁ ଆସି ଶରଣ ନେବେ ବୋଲି କହିଛନ୍ତି ନିତ୍ୟାନନ୍ଦ । ଅଧିକ ପଢନ୍ତୁ...

ବିହାର ନିର୍ବାଚନରେ ଆରଜେଡିର ବିଜୟ ହେଲେ କାଶ୍ମୀରରୁ ଆସିବେ ଆତଙ୍କବାଦୀ !

author img

By

Published : Oct 13, 2020, 10:59 PM IST

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଅଭିଯାନରେ ଲାଗିପଡିଛନ୍ତି ସମସ୍ତ ଦଳ । ଏହିକ୍ରମରେ ସହନାରରେ ଜେଡିୟୁ ପ୍ରାର୍ଥୀଙ୍କ ସମର୍ଥନରେ ଆୟୋଜନ କରାଯାଇଥିଲା ଜନସଭା । ତେବେ ଏଥିରେ ସାମିଲ ହୋଇଥିଲେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ସଭାକୁ ସମ୍ବୋଧନ କରିବା ସମୟରେ ମଞ୍ଚ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ । ମନ୍ତ୍ରୀ କହିଛନ୍ତି ଯଦି ବିହାର ନିର୍ବାଚନରେ ଆରଜେଡିର ବିଜୟ ହୁଏ, ତାହେଲେ କାଶ୍ମୀରରୁ ଆତଙ୍କବାଦୀମାନେ ଏଠାକୁ ଆସି ଶରଣ ନେବେ । ବିରୋଧୀ କ୍ଷମତାକୁ ଆସିବା ପାଇଁ ଆତଙ୍କବାଦୀଙ୍କ ସହ ମଧ୍ୟ ଚୁକ୍ତି କରିପାରନ୍ତି ବୋଲି କହିଛନ୍ତି ନିତ୍ୟାନନ୍ଦ ।

ନିତ୍ୟାନନ୍ଦ ରାୟଙ୍କ ଏହି ବିବାଦୀୟ ବୟାନ ପରେ ରାଜ୍ୟର ରାଜନୀତି ସରଗରମ ହୋଇପଡିଛି । କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତିରେ ବିରୋଧୀ କଡା ଆପତ୍ତି ଜାହିର କରିଛନ୍ତି। ଗୃହମନ୍ତ୍ରୀଙ୍କ ଏପରି ବୟାନ ଦେଶରେ ଗୃହଯୁଦ୍ଧର କାରଣ ହୋଇପାରେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.