ETV Bharat / bharat

ସ୍ଥଳସେନା ମୁଖ୍ୟଙ୍କ ବୟାନ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି ଲକ୍ଷ୍ୟରେ ଆତଙ୍କବାଦୀ - ସ୍ଥଳସେନା ମୁଖ୍ୟ ବୟାନ

ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ କହିଛନ୍ତି, ବରଫ ସ୍ତରର ବୃଦ୍ଧି ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅଧିକ ପଢନ୍ତୁ...

ସ୍ଥଳସେନା ମୁଖ୍ୟଙ୍କ ବୟାନ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ସୃଷ୍ଟି ଲକ୍ଷରେ ଆତଙ୍କବାଦୀ

author img

By

Published : Nov 28, 2020, 7:46 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ କ୍ରମାଗତ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରୟାସର କଡା ଜବାବ ଦେଇଚାଲିଛି ଭାରତୀୟ ସେନା । ନିକଟରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ସୁଡଙ୍ଗର ସନ୍ଧାନ ପାଇଥିଲା ସେନା । ଏପରିସ୍ଥିତିରେ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ କହିଛନ୍ତି, ବରଫ ସ୍ତରର ବୃଦ୍ଧି ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ଅନୁପ୍ରବେଶ କରିବାରକୁ ଚେଷ୍ଟା ଚଳାଇଛନ୍ତି ।

ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଆନୁଯାୟୀ ସ୍ଥଳସେନା ମୁଖ୍ୟ କହିଛନ୍ତି, ଆତଙ୍କବାଦୀଙ୍କ ଏହି କାର୍ଯ୍ୟକଳାପ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବାଧା ପହଞ୍ଚାଇବାକୁ କରାଯାଉଛି । ସେ କହିଛନ୍ତି, ଆମର ପଶ୍ଚିମ ସୀମାରେ ଚାଲିଥିବା ପରିସ୍ଥିତିରେ ଆତଙ୍କବାଦ ଏକ ଗୁରୁତର ବିପଦ ହୋଇ ରହିଛି ଏବଂ ସମସ୍ତ ଚେଷ୍ଟା ସତ୍ତ୍ବେ ଏହାର ଅନ୍ତ ଘଟୁନାହିଁ । ସାଧାରଣ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

ସ୍ଥଳସେନା ମୁଖ୍ୟ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ଶୀତଦିନ ଆରମ୍ଭ ହେବା ସହିତ ବରଫ ସ୍ତରରେ ବୃଦ୍ଧି ଘଟିବା ପୂର୍ବରୁ ଆତଙ୍କବାଦୀମାନେ ଅନୁପ୍ରବେଶ ଲକ୍ଷ୍ୟରେ ଥିଲେ । ସେ କହିଛନ୍ତି ଯେ ଆତଙ୍କବାଦୀମାନେ ଦକ୍ଷିଣ ଆଡକୁ ଗତି କରିବା ଆରମ୍ଭ କରି ଦେଇଛନ୍ତି ଏବଂ ସୁଡଙ୍ଗ ଜରିଆରେ ମାଧ୍ୟମରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।

ସୀମା ସଂଗଲଗ୍ନ ଅଞ୍ଚଳରେ ଅନୁପ୍ରବେଶ ରୋକିବା ପାଇଁ ପ୍ରସ୍ତୁତି ଓ ପ୍ରୟାସର କ୍ରମାଗତ ସମୀକ୍ଷା କରୁଛନ୍ତି ସ୍ଥଳସେନା ମୁଖ୍ୟ । ନିକଟରେ ନର୍ଭାଣେ ଭାରତ-ଚୀନ ସୀମାରେ ବିଓବିର ଏରିଅଲ ସର୍ଭେ କରିଥିଲେ । ସେ ନିମଖିମ, ନୀତୀ ଓ ଲପତାଲ ପୋଷ୍ଟର ଏରିଅଲ ସର୍ଭେ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.