ETV Bharat / bharat

ଜମ୍ମୁ କାଶ୍ମୀରରେ ଗ୍ରେନେଡ ଆକ୍ରମଣ, 6 ଯବାନ ଆହତ

ଜମ୍ମୁ କାଶ୍ମୀର ଶ୍ରୀନଗରର କରନ ନଗର ଅଞ୍ଚଳରେ ସୁରକ୍ଷା ବାହିନୀ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଏହି ଆକ୍ରମଣରେ ସିଆରପିଏଫର ୬ ଜଣ ଯବାନ ଆହତ ହୋଇଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Oct 26, 2019, 9:39 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର କରନ ନଗର ଅଞ୍ଚଳରେ ସୁରକ୍ଷା ବାହିନୀ ଉପରକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ସିଆରପିଏଫର 144 ବାଟାଲିୟନର ୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ମୁତାବକ, ଶ୍ରୀନଗରର କରନ ନଗର ଅଞ୍ଚଳରେ ଥିବା ପୋଲିସ ଷ୍ଟେସନ ନିକଟରେ ଏହି ଆକ୍ରମଣ ହୋଇଛି । ଶନିବାର ସନ୍ଧ୍ୟା 6 ଟା 50 ସମୟରେ ଆତଙ୍କବାଦୀ ଗ୍ରେନେଡ ମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ଆକ୍ରମଣ ପରେ ସେନା ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆକ୍ରମଣ ପରେ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ ଜୋରଦାର ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.