ETV Bharat / bharat

ଜମ୍ମୁ-କାଶ୍ମୀରରେ ମାତିଲେ ଆତଙ୍କୀ: 2 ଅପହରଣ, ଜଣକୁ ହତ୍ୟା - ଧାରା 370 ଉଚ୍ଛେଦ

ଉପତ୍ୟକାର ବିଭିନ୍ନ ଅଞ୍ଚଳରେ କର୍ଫୁ ଜାରି ରହିଥିବାବେଳେ ଆତଙ୍କବାଦୀ ଲୁଚିଛପି ପୋଲିସ ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେନାର କଟକଣା ଯୋଗୁଁ ଆତଙ୍କୀଙ୍କ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ ।

ଫାଇଲ ଫଟୋ
author img

By

Published : Aug 27, 2019, 9:18 AM IST

Updated : Aug 27, 2019, 10:08 AM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ଆତଙ୍କବାଦୀ ହାମଲା ଘଟିଛି । ଏଥର ସେନା ନୁହେଁ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ସୋମବାର ସନ୍ଧ୍ୟାରେ 2 ଜଣ ଲୋକଙ୍କୁ ଅପହରଣ କରିଛନ୍ତି ଆତଙ୍କବାଦୀ । ଏମାନଙ୍କ ମଧ୍ୟରୁ ବିଳମ୍ବିତ ରାତିରେ ଜଣକୁ ହତ୍ୟା କରିଥିବାର ସୂଚନା ରହିଛି ।

ମିଳିଥିବା ସୂତ୍ର ଅନୁସାରେ ସୋମବାର ସନ୍ଧ୍ୟା ପାଖାପାଖି ସାଢେ 7ଟାରେ ପୁଲୱାମା ଜିଲ୍ଲା ତ୍ରାଲ ଜଙ୍ଗଲରୁ 2 ଜଣ ଗୁଜ୍ଜର ସମ୍ପ୍ରଦାୟ ଲୋକଙ୍କୁ ଆତଙ୍କବାଦୀ ଅପହରଣ କରିନେଇଥିଲେ । ପୋଲିସ ଖବର ପାଇ ଏମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲେ । ତେବେ ବିଳମ୍ବିତ ରାତିରେ 2 ଅପହୃତାଙ୍କ ମଧ୍ୟରୁ ଜଣକୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଛନ୍ତି । ସେନା ଓ ପୋଲିସର ମିଳିତ ଟିମ ଦ୍ବାରା ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଜଙ୍ଗଲରୁ ମୃତକକୁ ଉଦ୍ଧାର କରିଥିଲେ ।

Jammu
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ତେବେ ଦ୍ବିତୀୟ ଅପହୃତାଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳିନଥିବାବେଳେ ପୋଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି । ସୂଚନାନୁସାରେ ମୃତକ ଜଣକ ରଜୌରୀର ଅବଦ୍ଦୁଲ କାଦିର କୋହଲି ହୋଇଥିବାବେଳେ ଅନ୍ୟଜଣକ ଶ୍ରୀନଗରର ଖନମୋହ ଅଞ୍ଚଳର ମନଜୁର ଅହମ୍ମଦ ବୋଲି ଜଣାପଡିଛି । ଧାରା 370 ଉଚ୍ଛେଦ ପରେ ସାଧାରଣ ଲୋକଙ୍କ ଉପରେ ଏହା ପ୍ରଥମ ଆକ୍ରମଣ । ପୂର୍ବରୁ ଅଗଷ୍ଟ 20ରେ ଏନକାଉଣ୍ଟରରେ ଜଣେ ପୋଲିସ କର୍ମୀ ଓ ଆତଙ୍କବାଦୀଙ୍କ ଜୀବନ ଯାଇଛି ।

ଏବେବି ଉପତ୍ୟକାର ବିଭିନ୍ନ ଅଞ୍ଚଳରେ କର୍ଫୁ ଜାରି ରହିଥିବାବେଳେ ଆତଙ୍କବାଦୀ ଲୁଚିଛପି ପୋଲିସ ଉପରେ ଆକ୍ରମଣ ଜାରି ରଖିଛନ୍ତି । ସେନାର କଟକଣା ଯୋଗୁଁ ଆତଙ୍କୀଙ୍କ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଏହାସହ ଲୋକେ ମଧ୍ୟ ଆତଙ୍କୀଙ୍କୁ ଆଗଭଳି ସାହାଯ୍ୟ କରୁନାହାନ୍ତି । ଫଳରେ ସେମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ ବନାଉଛନ୍ତି ।

Intro:Body:

'ପବଜି' ବ୍ୟାନ ପାଇଁ ସରକାରଙ୍କୁ କୁନି ଝିଅର ଚିଠି

ମୁମ୍ବାଇ: ପବଜୀ ମାୟାରେ ଦେଶର ଯୁବପିଢି । ବର୍ତ୍ତମାନ ଏହି ଗେମ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସବୁ ଯୁବପିଢିଙ୍କ ମୋବାଇଲରେ ପବଜୀ ରାଜ୍ କରୁଛି । ପିଲା ଠୁ ବୁଢା ସମସ୍ତଙ୍କୁ କିମିୟା କରିଛି ଏହି ଗେମ୍ । କିନ୍ତୁ ମହାରାଷ୍ଟ୍ରରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି । ଗେମ୍ ଖେଳିବା ପାଇଁ ନୁହେଁ ବଂର ବ୍ୟାନ୍ କରିବାକୁ ଜିଦି କରି ବାନ୍ଦ୍ରାର ଏକ ଷଷ୍ଠ ଶ୍ରେଣୀରେ ଛାତ୍ରୀ ସରକାରଙ୍କୁ ଚିଠି ଲେଖିଛି । 

ଗେମକୁ ବ୍ୟାନ କରିବାକୁ ଝିଅଟି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛି । ଏହି ଗେମ ଖେଳିବା ଦ୍ବାରା ମନରେ ଖରାପ ବିଚାର ଆସେ । ଏହି ଗେମ୍ ଚୋରି ମାରପିଟକୁ ପ୍ରୋତ୍ସାହନ କରେ । ତେଣୁ ଏହାକୁ ବ୍ୟାନ କରିବାକୁ ଝିଅଟି ଚିଠିରେ ଅନୁରୋଧ କରିଛି । ତେବେ ଚିଠି ସମ୍ପର୍କରେ ସରକାରଙ୍କୁ ଜଣାଯାଇଥିବା ଓକିଲ ଅହମ ନିୟାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଏହାସହ ସେ କହିଛନ୍ତି, ଏହି ଗେମ୍ ବ୍ୟାନ କରିବାକୁ ଆମେ ସରକାରଙ୍କୁ ଜଣାଇଛୁ । ଯଦି ସରକାର ଏହାକୁ ବ୍ୟାନ ନ କରନ୍ତି ତେବେ ପିଆଇଏଲ ଦାୟର କରିବାକୁ କହିଛନ୍ତି । ଦିନକୁ ଦିନ ପବଜି ଗେମ୍ ପ୍ରତି ଲୋକଙ୍କ ବଢିବାରେ ଲାଗିଛି । ଫଳରେ ପାଠ ପ୍ରତି ପିଲା ବିମୁଖ ହେଉଛନ୍ତି । ତେଣୁ ଏହାକୁ ବ୍ୟାନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । 

Conclusion:
Last Updated : Aug 27, 2019, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.