ETV Bharat / bharat

LOCରେ 3 ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି - terrorist killed loc jammu kashmir naushera pakistan indian army

ସୋମବାର ଦିନ କିଛି ଆତଙ୍କବାଦୀ ଜମ୍ମୁ କାଶ୍ମୀରର ନୌଶେରାରେ ଥିବା ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ପ୍ରୟାସକୁ ଭାରତୀୟ ଯବାନ ବିଫଳ କରି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଅଧିକ ପଢନ୍ତୁ...

ଏଲଓସିରେ 3 ଆତଙ୍କବାଦୀ ନିହତ
ଏଲଓସିରେ 3 ଆତଙ୍କବାଦୀ ନିହତ
author img

By

Published : Jun 1, 2020, 6:53 PM IST

ଶ୍ରୀନଗର: ଏବେ ସାରା ବିଶ୍ବରେ ମହାମାରୀ କୋରୋନା ତାଣ୍ଡବ ରଚୁଛି । କିନ୍ତୁ ପାକିସ୍ତାନ ତାହାର ଘୃଣ୍ୟ କାର୍ଯ୍ୟକଳାପକୁ ପ୍ରତିହତ କରୁନାହିଁ। ସୋମବାର ଦିନ କିଛି ଆତଙ୍କବାଦୀ ଜମ୍ମୁ କାଶ୍ମୀରର ନୌସେରାରେ ଥିବା ଭାରତ-ପାକିସ୍ତାନ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ପ୍ରୟାସକୁ ଭାରତୀୟ ସେନାର ସୈନିକମାନେ ବିଫଳ କରି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।

ସୂଚନାନୁସାରେ, ଆତଙ୍କବାଦୀମାନେ ସକାଳେ ନିୟନ୍ତ୍ରଣ ଲାଇନରେ ଥିବା ନୌଶେରା ସେକ୍ଟର ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସମୟରେ ଭାରତୀୟ ସୁରକ୍ଷା ବାହିନୀ ତାଙ୍କୁ ହତ୍ୟା କରିଥିଲେ। ଏହି କ୍ଷେତ୍ରରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। ଉଲ୍ଲେଖନୀୟ ଯେ, ସୀମାରେ ପାକିସ୍ତାନ ରେଞ୍ଜର୍ସଙ୍କ ସହାୟତାରେ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସୁରକ୍ଷା ବାହିନୀ ତାଙ୍କ ଉଦ୍ୟମକୁ ପଣ୍ଡ କରିଥାନ୍ତି ।

ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବାକୁ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ଏପରିକି ନିକଟରେ ପୁଲୱାମା ଜିଲ୍ଲାରେ ଏକ ମଧ୍ୟରୁ 40 କିଲୋଗ୍ରାମ ବୋମା(IED) ଜବତ କରାଯାଇଥିଲା । ଫଳରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଥିଲା । ପରେ ହିଜବୁଲ ପକ୍ଷରୁ ଏହି ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଇଛି ବୋଲି ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି । ଗତ ବର୍ଷ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଏହି ଆକ୍ରମଣ ସମ୍ପୂର୍ଣ୍ଣ ସମାନ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୁରକ୍ଷା ବାହିନୀ ହିଜବୁଲ କମାଣ୍ଡର ରିୟାଜ ନାଇକୁଙ୍କୁ ଉପତ୍ୟକାରେ ହତ୍ୟା କରିବା ଦିନ ଠାରୁ ଆତଙ୍କବାଦୀମାନେ କ୍ରୋଧିତ ହୋଇ ସେହି ଦିନଠାରୁ କ୍ରମାଗତ ଭାବରେ ଏକ ବଡ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସୁରକ୍ଷା ବାହିନୀ ଏହାକୁ ପଣ୍ଡ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.