ETV Bharat / bharat

କୁପୱାରା ଏନକାଉଣ୍ଟରରେ ନିହତ ଆତଙ୍କୀ ଜଣେ ପାକିସ୍ତାନୀ

author img

By

Published : Aug 21, 2020, 9:27 AM IST

କୁପୱାରା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀ ପାକିସ୍ତାନୀ ବୋଲି ଜଣାପଡିଛି। ଆତଙ୍କବାଦୀ ଗୋଷ୍ଠୀରେ ସ୍ଥାନୀୟ କାଶ୍ମୀର ଯୁବକମାନଙ୍କୁ ନିଯୁକ୍ତ କରୁଥିଲେ।

Breaking News

ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ଏନକାଉଣ୍ଟରରେ ନିହତ ହୋଇଥିବା ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ଜାମ୍ମୁ କାଶ୍ମୀର ପୋଲିସ ଚିହ୍ନଟ କରିଛି। ଏହି ନିହତ ଆତଙ୍କୀ ଜଣକ ପାକିସ୍ତାନୀ ବୋଲି ଜଣାପଡିଛି। ଏହି ଆତଙ୍କୀ ଜଣକ ସ୍ଥାନୀୟ କାଶ୍ମୀର ଯୁବକଙ୍କୁ ଆତଙ୍କୀ କାର୍ଯ୍ୟକଳାପରେ ନିଯୁକ୍ତ କରିବା ଦାୟିତ୍ବରେ ରହିଥିଲା। ବୁଧବାର ହୋଇଥିବା ଏହି ଏନକାଉଣ୍ଟରରେ ଲସ୍କର-ଏ-ତୋଏବା (LeT) କମାଣ୍ଡରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଛି।

ପୋଲିସର ମୁଖପାତ୍ର ପିଟିଆଇକୁ କହିଛନ୍ତି ଯେ, ବିଭିନ୍ନ ଅନୁପ୍ରବେଶକାରୀ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟ ଗ୍ରହଣ କରିବାରେ ଅଲି ଭୋଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବଂ ଆତଙ୍କବାଦୀ ଗୋଷ୍ଠୀ ପାଇଁ ସ୍ଥାନୀୟ ଯୁବକଙ୍କୁ ସଂଗ୍ରହ କରୁଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସପ୍ତାହ ପୂର୍ବରୁ ନିହତ ହୋଇଥିବା ସାଜଜାଦ ଛଦ୍ମନାମ ହାଇଦରଙ୍କ ସହ ଅଲି ଭୋଇ ସୁରକ୍ଷା ବାହିନୀ ଏବଂ ସୁରକ୍ଷା ପ୍ରତିଷ୍ଠାନ ଉପରେ ଅନେକ ଆତଙ୍କବାଦୀ ଆକ୍ରମଣରେ ଜଡିତ ଥିଲେ।

କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି ଯେ , ଅଗଷ୍ଟ 19 ରେ ହତ୍ୟା କରାଯାଇଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଲେଟ କମାଣ୍ଡର ନାସିର-ଉଦ-ଦିନ୍ ଲୋନ୍ ଛଦ୍ମନାମ ସାଦ ଭୋଇ। ଯିଏ ସୋପୋରରେ ତିନିଟି ସିଆରପିଏଫ ଯବାନଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଏବଂ ମେ 4 ରେ ହଣ୍ଡୱାରାରେ ପାରାମିଲିଟାରୀ ଫୋର୍ସର ଆଉ ତିନି ଜଣ ଯବାନଙ୍କ ହତ୍ୟାରେ ଜଡିତ ଥିଲା।

ସୁରକ୍ଷା ବାହିନୀ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ଅତି କମରେ 150 ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଲସ୍କର ଏବଂ ଜୈଶଙ୍କ ସମେତ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର ମୋଟ 26 ଜଣ ଟପ୍ କମାଣ୍ଡରଙ୍କୁ ଚଳିତ ବର୍ଷ ଜାନୁଆରୀରୁ ନିହତ କରାଯାଇଛି। ଗତ ତିନି ଦିନ ମଧ୍ୟରେ ଦୁଇଟି ପୃଥକ ଏନକାଉଣ୍ଟରରେ କୁପୱାରା ଏବଂ ବାରାମୁଲ୍ଲାରେ ଚାରିଜଣ ଟପ୍ କମାଣ୍ଡରଙ୍କୁ ହତ୍ୟା କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.