ETV Bharat / bharat

ଜମ୍ମୁ କାଶ୍ମୀର ହରୱାନରେ ଲୁଚିଛନ୍ତି ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

author img

By

Published : Jun 23, 2020, 3:28 PM IST

ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ମଙ୍ଗଳବାର ଶ୍ରୀନଗରର ହରୱାନରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିବା ସହ। ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ଏକ ସକ୍ରିୟ ଆତଙ୍କୀ ଟିମର ପର୍ଦ୍ଧାଫାଶ କରିଛନ୍ତି।

ଜମ୍ମୁ କାଶ୍ମୀର ହରୱାନରେ ଲୁଚିଛନ୍ତି ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ
ଜମ୍ମୁ କାଶ୍ମୀର ହରୱାନରେ ଲୁଚିଛନ୍ତି ଆତଙ୍କୀ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ମଙ୍ଗଳବାର ଶ୍ରୀନଗରର ହରୱାନରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ ହୋଇଛି । ଏହାସହ ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ଏକ ସକ୍ରିୟ ଆତଙ୍କୀ ଟିମର ପର୍ଦ୍ଦାଫାଶ କରିଛନ୍ତି।

ଜମ୍ମୁ-କଶ୍ମୀର ପୋଲିସ ନିଜସ୍ବ ସୂତ୍ରରୁ ଖବର ପାଇ ମଙ୍ଗଳବାର ଶ୍ରୀନଗରର ହରୱାନ ଠାରେ ଏକ ମିଳିତ ଅପରେସନ୍ ଆରମ୍ଭ କରିଥିଲା। ଏହି ସମୟରେ ଷ୍ଟୋର-ଗ୍ରେନେଡ, ଜିପିଏସ, ଏ.କେ ମାଗାଜିନ୍ ଏବଂ ପ୍ରଶାସନିକ ଷ୍ଟୋର ସହିତ ଗ୍ରେନେଡ ଉଦ୍ଧାର ହୋଇଛି ବୋଲି ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସମୟରେ ଭାରତୀୟ ସେନା ଓ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ ଜାରି ରହିଛି।

ମଙ୍ଗଳବାର ସକାଳୁ ପୁଲୱାମାର ବାନଡୋଜ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିହତ ହୋଇଛନ୍ତି। ଏହାସହ ଜଣେ ଯବାନ ଶହୀଦ । ଅଞ୍ଚଳରେ କୁମ୍ବିଂ ଅପରେସନ ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.