ETV Bharat / bharat

ପାକିସ୍ତାନ ଗ୍ରେ ଲିଷ୍ଟ ଅନ୍ତର୍ଭୁକ୍ତ ହେବ କି ନାହିଁ, ଜୁନରେ ନିଷ୍ପତ୍ତି ନେବ FATF - ପାକିସ୍ତାନ ଗ୍ରେ ଲିଷ୍ଟ ଅନ୍ତର୍ଭୁକ୍ତ ହେବ ନା ନାହିଁ ଜୁନରେ ନିଷ୍ପତ୍ତି ନେବ FATF

ଜୁନରେ ବେଜିଂରେ ହେବାକୁ ଥିବା ବୈଠକରେ ପାକିସ୍ତାନକୁ ଗ୍ରେ ଲିଷ୍ଟ ଅନ୍ତର୍ଭୁକ୍ତ କରାଯିବ ନା ନାହିଁ ଏନେଇ ନିଷ୍ପତ୍ତି ନେବ ଏଫଏଟିଏଫ । ଅଧିକ ପଢନ୍ତୁ..

ପାକିସ୍ତାନ ଗ୍ରେ ଲିଷ୍ଟ ଅନ୍ତର୍ଭୁକ୍ତ ହେବ ନା ନାହିଁ ଜୁନରେ ନିଷ୍ପତ୍ତି ନେବ FATF

author img

By

Published : Apr 8, 2020, 4:40 PM IST

ଇସଲାମବାଦ: ପାକିସ୍ତାନକୁ ଗ୍ରେ ଲିଷ୍ଟ ଅନ୍ତର୍ଭୁକ୍ତ କରାଯିବ ନା ନାହିଁ ଏନେଇ ନିଷ୍ପତ୍ତି ନେବ ଏଫଏଟିଏଫ(ବିତ୍ତୀୟ କାର୍ଯ୍ୟବାହୀ କାର୍ଯ୍ୟାଳୟ)। ଜୁନରେ ବେଜିଂରେ ହେବାକୁ ଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ଏଠାର ପାକିସ୍ତାନ ଆତଙ୍କବାଦକୁ ଅର୍ଥ ଯୋଗାଉଥିବା ଗତିବିଧି ଉପରେ ସମୀକ୍ଷା କରାଯିବ ।

ତେବେ ଏହି ବୈଠକ ଚୀନରେ ଜୁନ 21 ରୁ 26 ଭିତରେ ଅନୁଷ୍ଠିତ ହେବ । ପୁରା ଦୁନିଆର ନଜର ପାକିସ୍ତାନ ଉପରେ ରହିବ । କାରଣ ଏହି ବୈଠକରେ ନିଷ୍ପତ୍ତି ନିଆଯିବ ଯେ, ପାକିସ୍ତାନ ଗ୍ରେ ଲିଷ୍ଟ ଅନ୍ତର୍ଭୁକ୍ତ ହେବ ନା ନାହିଁ ତାହା ଜଣାପଡିବ ।

ଚଳିତବର୍ଷ ଫେବୃଆରୀରେ ଏଫଏଟିଏଫର ଏକ ବୈଠକରେ ପାକିସ୍ତାନକୁ ନେଇ ଏକ ବଡ ନିଷ୍ପତ୍ତି ହୋଇଥିଲା । ଯେଉଁଠାରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆତଙ୍କବାଦକୁ ପଣ୍ଡିଂ ଯୋଗାଉଥିବା ହେତୁ ପାକିସ୍ତାନକୁ ଏଫଏଟିଏଫ ର କଡା ନଜରରେ ରଖାଯାଇଛି । ତେବେ ଏବେ ଚୀନରେ ହେବାକୁ ଥିବା ବୈଠକରେ ବିଚାର କରାଯିବ ଯି ଆତଙ୍କବାଦ ବିରୋଧରେ ପାକିସ୍ତାନ କେଉଁ ସବୁ ପଦକ୍ଷେପ ନେଇଛି । ପାକିସ୍ତାନକୁ ଏଫଏଟିଏଫ 4 ମାସର ଅବଧି ଦେଇ କଡା ତାଗିଦ କରିଥିଲା ଯେ, ଜୁନ 2020 ଭିତର ଆତଙ୍କବାଦକୁ ରୋକିବା ପାଇଁ କୁହାଯାଇଥିବା ପଦକ୍ଷେପ ଯଦି ନମାନିଥିବ ତେବେ ପାକିସ୍ତାନକୁ ବ୍ଲାକ ଲିଷ୍ଟ କରାଯିବ । ବର୍ତ୍ତମାନ ପାକିସ୍ତାନ ଏଫଏଟିଏଫର ନଜରରେ ରହିଛି ।

For All Latest Updates

TAGGED:

FATF
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.