ETV Bharat / bharat

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ, 5 ଆହତ - ବିରଙ୍ଗଟେ ଗ୍ରାମରେ ହିଂସାକାଣ୍ଡ

ମିଜୋରାମ ଏବଂ ଆସାମର ଲାୟଲପୁରର ବିରଙ୍ଗଟେ ଗ୍ରାମ ନିକଟରେ ହିଂସାକାଣ୍ଡ । ଘଟଣାରେ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଯବାନ ନିୟୋଜିତ । ଅଧିକ ପଢନ୍ତୁ...

ଆସାମ-ମିଜୋରାମ ସୀମାରେ ହିସଂକାଣ୍ଡ, 4 ଆହାତ
ଆସାମ-ମିଜୋରାମ ସୀମାରେ ହିସଂକାଣ୍ଡ, 4 ଆହାତ
author img

By

Published : Oct 19, 2020, 8:24 AM IST

Updated : Oct 19, 2020, 9:08 AM IST

ଗୌହାଟୀ: ଆସାମ-ମିଜୋରାମ ସୀମାରେ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି ଆଇଜୱାଲର ଜଣେ ପୋଲିସ ଅଧିକାରୀ। ମିଜୋରାମର କୋଲାସିବ ଏବଂ ଆସାମର କଛାର ଜିଲ୍ଲାର ଏହି ଅଞ୍ଚଳରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଆଇଜୋଲର ଜଣେ ପୋଲିସ ଅଧିକାରୀ କହିଛନ୍ତି। ମିଜୋରାମ ଏବଂ ଆସାମର ଲାୟଲପୁରର ବିରଙ୍ଗଟେ ଗ୍ରାମ ନିକଟରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ମିଜୋରାମ ସରକାର ଇଣ୍ଡିଆନ ରିଜର୍ଭ ବାଟାଲିୟନର ଯବାନଙ୍କୁ ନିୟୋଜିତ କରିଛନ୍ତି ।

ମିଜୋରାମ କୋଲାସିବ ଜିଲ୍ଲାର ବେରେଙ୍ଗଟେ ସେହି ରାଜ୍ୟର ଉତ୍ତର ସୀମା ଅଟେ ଯାହା ମାଧ୍ୟମରେ ନ୍ୟାସନାଲ ହାଇୱେ 306 (ପୂର୍ବ 54) ଦେଇ ଯାଇ ଆସାମ ସହିତ ରାଜ୍ୟକୁ ସଂଯୋଗ କରିଛି । କୋଲାସିବ ଜିଲ୍ଲାର ଡେପୁଟି କମିଶନର ଏଚ ଲାଲଥଲାଙ୍ଗଲିୟାତୋଲ୍ଡ କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ସୀମାନ୍ତ ଗାଁର ଅଟୋ-ରିକ୍ସା ଷ୍ଟାଣ୍ଡ ନିକଟରେ ଥିବା ଏକ ଦଳରେ ଆସାମର କିଛି ଲୋକ ବାଡ଼ି ଓ ତଡା ଧରି ଏକାଠି ହୋଇଥିଲେ। ବିରଙ୍ଗଟେରୁ ଆସିଥିବା ଲୋକ ଏହାର ପ୍ରତିଶୋଧ ନେଇ ଲାୟଲପୁର ବାସିନ୍ଦାଙ୍କ ଦ୍ବାରା ତତ୍କାଳୀନ ରାଜପଥରେ ନିର୍ମିତ ପ୍ରାୟ 20 ଟି ଅସ୍ଥାୟୀ ବାଉଁଶ କୁଡିଆ ଏବଂ ଷ୍ଟଲରେ ନିଆଁ ଲଗାଇ ଦେଇଥିଲେ। ଅନେକ ଘଣ୍ଟା ଧରି ଚାଲିଥିବା ଏହି ହିଂସାତ୍ମକ ସଂଘର୍ଷରେ ମିଜୋରାମର ଚାରିଜଣଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଲାସିବ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଆହତଙ୍କ ଚିକିତ୍ସା ପବ୍ଲିକ ହେଲଥ ସେଣ୍ଟରରେ କରାଯାଉଛି ।

ସେ କହିଛନ୍ତି, "ସିଆରପିସିର ଧାରା 144 ଅଧୀନରେ ଥିବା ନିଷେଧାଦେଶ ଏବଂ ପୋଲିସ ଯଥାସମ୍ଭବ ଚେଷ୍ଟା କରିବା ସତ୍ତ୍ବେ ଲୋକମାନେ ଅଶାନ୍ତ ହୋଇପଡିଥିଲେ। ଏହି ଘଟଣା ଶନିବାର ଅପରାହ୍ନରେ ସ୍ଥାନୀୟ ସ୍ବୟଂସେବକମାନଙ୍କ ଦ୍ବାରା ଅନ୍ତଃରାଜ୍ୟ ସୀମା ସ୍ଥିତ ସିୟାହିପୁଇ ବିବିଲଜ ପାଖରେ ବୈଶ୍ୟାଳୟ ଠାରୁ ପ୍ରାୟ 3 କିମି ଦୂରରେ ହୋଇଥିଲା ।

ଅଧିକାରୀ ଆହୁରି କହିଛନ୍ତି ଯେ, ହିଂସାକୁ ନେଇ ସେ କଛାର ଡେପୁଟି କମିଶନର କିର୍ଥୀ ଜୈଲ୍ଲୀଙ୍କ ସହ କଥା ହୋଇଛନ୍ତି ଏବଂ ସ୍ଥାନୀୟ ଲୋକଙ୍କ ଦ୍ବାରା ଅବରୋଧ ହୋଇଥିବା ଜାତୀୟ ରାଜପଥ ଶୀଘ୍ର ସଫା ହେବାନେଇ ସୂଚନା ଦେଇଛନ୍ତି। ସ୍ଥାନୀୟ ବିଧାୟକ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରତିବର୍ଷ ଏଭଳି ଘଟଣା ଘଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2020, 9:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.