ବେଙ୍ଗାଲୁରୁ: ଦେଶରେ କୋରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ କର୍ଣ୍ଣାଟକରେ ଶୁକ୍ରବାର ସଂଧ୍ୟା 5ଟାରୁ ଶନିବାର ସକାଳ 8 ପର୍ଯ୍ୟନ୍ତ 10 ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।
ବର୍ତ୍ତମାନ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା 74 ଛୁଇଁଲାଣି । ତେବେ କୋଭିଡ-19ରେ ମୃତ୍ୟୁ ସଂଖ୍ୟା 3 ରେ ପହଞ୍ଚିଥିବା ବେଳେ 5 ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
ପ୍ରତିଦିନ ପ୍ରତି ଘଣ୍ଟାରେ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଏହି ଭୂତାଣୁ ବ୍ୟାପିବାରୁ ବର୍ତ୍ତିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି ।
@ANI