ETV Bharat / bharat

ହୁ ହୁ ହୋଇ ଜଳିଲା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ରଥ - ଭଗବାନଙ୍କ ରଥରେ ନିଆଁ

ବଡ ଅଘଟଣ। ଭଗବାନଙ୍କ ରଥରେ ନିଆଁ ଲାଗିବା ସହ ହୁତୁ ହୁତୁ ହୋଇ ଜଳିଲା ରଥକାଠ। ରବିବାର ଭୋର ସମୟରେ ପୂର୍ବ ଗୋଦାବରୀ ଜିଲ୍ଲାର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ଏପରି ଘଟଣା ଦେଖିବାକୁ ମିଳିଥିଲା।

ହୁ ହୁ ହୋଇ ଜଳିଲା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ରଥ

author img

By

Published : Sep 6, 2020, 9:45 AM IST

ହାଇଦ୍ରାବାଦ୍: ବହୁତ ବଡ ଅଘଟଣ। ଭଗବାନଙ୍କ ରଥରେ ନିଆଁ ଲାଗିବା ସହ ହୁତୁ ହୁତୁ ହୋଇ ଜଳିଲା ରଥକାଠ। ରବିବାର ଭୋରରୁ ପୂର୍ବ ଗୋଦାବରୀ ଜିଲ୍ଲାର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ଦେଖିବାକୁ ମିଳିଥିଲା।

ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି। ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ଶେଷ କରିବା ସହ ତଦନ୍ତ ଜାରି ରହିଛି। ପୋଲିସର ସୂଚନାନୁସାରେ, ଅନ୍ତରାଭେଦି ଗ୍ରାମରେ ଥିବା ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ରଥରେ ବିଳମ୍ବିତ ରାତି 1 ଟା ସମୟରେ ନିଆଁ ଲାଗିଯାଇଥିଲା ବେଳେ 3ଟା ସୁଦ୍ଧା ନିଆଁ ଲିଭାଯାଇଥିଲା।

ସାଖିନେଟିପାଲ୍ଲି ସବ୍-ଇନ୍ସପେକ୍ଟର ସିଏଚ ଗୋପାଳକୃଷ୍ଣ କହିଛନ୍ତି ଯେ ମନ୍ଦିରଠାରୁ ପ୍ରାୟ 200 ମିଟର ଦୂରରେ ରଥ ଥିବାରୁ ଅନ୍ୟ କୌଣସି ସମ୍ପତ୍ତି ନଷ୍ଟ ହୋଇ ନାହିଁ ଏବଂ କେହି ଆହତ ହୋଇନାହାଁନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.