ETV Bharat / bharat

ଲକଡାଉନ ଟିପ୍ସ: ପିଲାଙ୍କୁ ପ୍ରେରଣା ଦିଅନ୍ତୁ, ସଫଳତାର କାହାଣୀ କହନ୍ତୁ

ଆପଣ ସବୁବେଳେ ଅଫିସରେ ବ୍ୟସ୍ତ ରହନ୍ତି । ଘରେ ପିଲାଛୁଆଙ୍କ ପାଠପଢାଠୁ ସବୁ କାମ ବୁଝନ୍ତି ଆପଣଙ୍କ ପତ୍ନୀ । ଅଧିକ ପଢନ୍ତୁ...

author img

By

Published : Apr 5, 2020, 7:11 AM IST

ଲକଡାଉନ ଟିପ୍ସ: ପିଲାଙ୍କୁ ପ୍ରେରଣା ଦିଅନ୍ତୁ, ସଫଳତାର କାହାଣୀ କହନ୍ତୁ
ଲକଡାଉନ ଟିପ୍ସ: ପିଲାଙ୍କୁ ପ୍ରେରଣା ଦିଅନ୍ତୁ, ସଫଳତାର କାହାଣୀ କହନ୍ତୁ

ହାଇଦ୍ରାବାଦ: ବର୍ତ୍ତମାନ ଲକଡାଉନର ସମୟ । କୋରୋନା ଭୟ ଯୋଗୁଁ ଆପଣ ବାହାରକୁ ଯିବା ମୁସ୍କିଲ । ଏପରି ସମୟରେ ନିଜର ସମସ୍ତ ସମୟ ପରିବାର ସହ କାଟୁଛନ୍ତି ସମସ୍ତେ । ସବୁ ଘରେ ଲାଗିଛି ଭିଡ ।

ତେବେ ଏପରି ସମୟରେ ଘର ଲୋକଙ୍କୁ ଆପଣଙ୍କ ନୂଆ ରୂପ ଦେଖାନ୍ତୁ । ଆପଣ ସବୁବେଳେ ଅଫିସରେ ବ୍ୟସ୍ତ ରହନ୍ତି । ଘରେ ପିଲାଛୁଆଙ୍କ ପାଠପଢାଠୁ ସବୁ କାମ ବୁଝନ୍ତି ଆପଣଙ୍କ ପତ୍ନୀ । ଏହି ସମୟରେ ଆପଣ ପିଲାଛୁଆଙ୍କ ଦାୟିତ୍ବ ନିଅନ୍ତୁ । ଆଉ ସେମାନଙ୍କୁ ଜୀବନରେ ଆଗେଇବାକୁ ପ୍ରେରଣାଦାୟୀ କାହାଣୀ ଶୁଣାନ୍ତୁ । ଏହି କାହାଣୀ ଆପଣଙ୍କର ହୋଇପାରେ କିମ୍ବା ଅନ୍ୟ କୌଣସି ମହାନ ପୁରୁଷଙ୍କର । ସବୁବେଳେ ଆପଣଙ୍କୁ ମିସ କରୁଥିବା ପିଲା ଆପଣଙ୍କୁ ପାଖରେ ପାଇ ନିଶ୍ଚିତ ଖୁସି ହେବା ସହ ଅନେକ କିଛି ଶିଖିବେ ।

ସେମାନଙ୍କୁ ଆପଣଙ୍କ ସଙ୍ଘର୍ଷ କଥା କହନ୍ତୁ । ଅତୀତରେ ଯଦି କୌଣସି କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ତେବେ ସେଥିରୁ କିପରି ବାହାରିଛନ୍ତି ସେହି କଥା କୁହନ୍ତୁ । କିପରି ସେହି ସମୟକୁ ସାମନା କରି ଆଗେଇଛନ୍ତି ତାହା ଶୁଣାନ୍ତୁ । ଘର ଲୋକଙ୍କ ଆଗରେ ସେହି ସଫଳତାର ବାର୍ତ୍ତା ବଖାଣନ୍ତୁ । ଏକାଠି କିପରି କୋରୋନାକୁ ମୁକାବିଲା କରିବେ ସେକଥା ପରିବାରବର୍ଗଙ୍କୁ ବୁଝାନ୍ତୁ । ଆପଣଙ୍କ ପ୍ରେରଣାଦାୟୀ କଥା ସେମାନଙ୍କୁ ନିଶ୍ଚୟ ଉତ୍ସାହ ଦେବ । ଅଫିସରେ ଆପଣଙ୍କ ସଫଳତାର କାହାଣୀ ଘର ଲୋକଙ୍କୁ ଶୁଣାନ୍ତୁ । ସେମାନେ ଉତ୍ସାହିତ ହେବେ ଆଉ ଆପଣଙ୍କ ସମୟ କଟିଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.