ETV Bharat / bharat

ତେଲେଙ୍ଗାନାରେ 600 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆସାମରେ 32 - କୋରୋନା ନ୍ୟୁଜ

ତେଲେଙ୍ଗାନାରେ 52 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ତେଲେଙ୍ଗାନାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 644ରେ ପହଞ୍ଚିଥିବା ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona upadate
ତେଲେଙ୍ଗାନାରେ 600 ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
author img

By

Published : Apr 15, 2020, 11:17 AM IST

ହାଇଦ୍ରବାଦ: ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଏପଟେ ତେଲେଙ୍ଗାନାରେ 52 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ତେଲେଙ୍ଗାନାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 644ରେ ପହଞ୍ଚିଥିବା ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ଏଥିସହ ତେଲେଙ୍ଗାନାରେ ଏପର୍ଯ୍ୟନ୍ତ 18 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 110 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ତେଲେଙ୍ଗାନା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ସେହିପରି ଆସାମରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 32 ରେ ପହଞ୍ଚିଥିବା ଆସାମ ମନ୍ତ୍ରୀ ହିମାନ୍ତ ବିଶ୍ବା ଶର୍ମା ସୂଚନା ଦେଇଛନ୍ତି ।

ଏଥିସହ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଆସାମର ଧୁବରୀରେ ଏକ ସ୍ବାମୀ ଓ ସ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ସେମାନେ ଦିଲ୍ଲୀ ନିଜାମୁଦ୍ଦୀନ ମରକଜ ସମାରୋହରେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.