ହାଇଦ୍ରାବାଦ: ପୁଣି ଏକ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ପୋଲିସ । ଏକ ଘରୋଇ କାମରେ ନିୟୋଜିତ ଥିବା ଏହି ଶିଶୁକୁ ଶାରୀରିକ ନିର୍ଯାତନା ଦିଆଯାଉଥିବାବେଳେ ଶୁକ୍ରବାର ତେଲେଙ୍ଗାନା ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି । ଶିଶୁକନ୍ୟା ଜଣକ ଚାଦରଘାଟ ପୋଲିସ ଷ୍ଟେସନ ସୀମାର ୱାହେଡ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳାଙ୍କ ଘରେ କାମ କରୁଥିଲେ।
ତେବେ ସେ ଶିଶୁକନ୍ୟାକୁ ନିଜ ଘରେ ଶ୍ରମିକ ଭାବରେ ଖଟାଇବା ସହ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ଇନ୍ସପେକ୍ଟର ପଲିଶେଟୀ ସତୀଶ ସୂଚନା ଦେଇଛନ୍ତି । ଶିଶୁଟିକୁ ମହିଳାଙ୍କ ବାସ ଭବନରୁ ଉଦ୍ଧାର କରାଯିବା ସହ ଶିଶୁ କଲ୍ୟାଣକୁ ହସ୍ତାନ୍ତର କରାଯାଇଛି । ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ପୋଲିସ । ଶିଶୁଟିର ଦେହରେ ସିଲେଇ ଚିହ୍ନ ସହ ପୋଡ଼ା ଦାଗ ଦେଖିବାକୁ ମିଳିଥିଲା ।