ହାଇଦ୍ରାବାଦ : ତେଲେଙ୍ଗାନାର ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଜଣେ ବିଧାୟକ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ଅର୍ଥମନ୍ତ୍ରୀ ଟି ହରିଶ ରାଓଙ୍କ ପିଏ(ବ୍ୟକ୍ତିଗତ ସହାୟକ) କୋରୋନାରେ ଆକ୍ରାନ୍ତ ହେବା ପରେ ମନ୍ତ୍ରୀ ନିଜେ କ୍ବାରେଣ୍ଟାଇନ୍ ହୋଇଯାଇଛନ୍ତି ।
ତେବେ କୋରୋନାରେ ସଂକ୍ରମିତ ହୋଇଥିବା ବିଧାୟକଙ୍କୁ ଶୁକ୍ରବାର ମଧ୍ୟରାତ୍ରିରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ସେପଟେ ତାଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀ ହାଇଦ୍ରାବାଦର ଏକ ହଲରେ କ୍ବାରେଣ୍ଟାଇନରେ ଅଛନ୍ତି ।
ସୂଚନା ମୁତାବକ, ବିଧାୟକ ଜଣକ ଜୁନ 2 ତାରିଖରେ ତେଲେଙ୍ଗାନା ଗଠନ ଦିବସ ସମାରୋହରେ ଯୋଗ ଦେବାପାଇଁ ନିଜ ନିର୍ବାଚନୀ ମଣ୍ଡଳୀ ବୁଲିଥିଲେ । ତେବେ ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେ ନେଇ ଅନୁସନ୍ଧାନ ଜାରି ରହିଛି । ତେବେ ସେ କୋରୋନାରେ ସଂକ୍ରମିତ ହୋଇଥିବା ତେଲେଙ୍ଗାନାର ପ୍ରଥମ ବିଧାୟକ ।
ସୌଜନ୍ୟ@ IANS