ହାଇଦ୍ରାବାଦ: ତେଲେଙ୍ଗାନା ପୋଲିସ ମଙ୍ଗଳବାର ବରିଷ୍ଠ କଂଗ୍ରେସ ନେତା ଭି ହନୁମନ୍ତ ରାଓଙ୍କ ବିରୋଧରେ ଲକଡାଉନ୍ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଏକ ମାମଲା ରୁଜୁ କରିଛି ।
ପୂର୍ବତନ ସାଂସଦଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି । ଏହାର କାରଣ ସେ ତାଙ୍କ ସମର୍ଥକଙ୍କ ସହ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ପୁଷ୍ପମାଲ୍ୟ ଅର୍ପଣ କରିବା ସମୟରେ ସେଠାରେ ପୋଲିସଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ । ମଙ୍ଗଳବାର ଆମ୍ବେଦକରଙ୍କ 129 ତମ ଜନ୍ମ ବାର୍ଷିକୀ ଥିଲା ।
ସାଂସଦ ମାସ୍କ ପିନ୍ଧି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟ ମଧ୍ୟରେ ସେ ସେଠାରେ ଉପସ୍ଥିତ ଥିବା ପୋଲିସଙ୍କ ପରାମର୍ଶକୁ ଅଣଦେଖା କରିଥିଲେ । ପରେ ପୋଲିସ ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା ।
ସୈଫାବାଦ ପୋଲିସ ଷ୍ଟେସନରେ ଆଇପିସିର ଧାରା 188 ଏବଂ 269 ଅନୁଯାୟୀ ରାଓ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
@IANSଇନପୁଟ