ETV Bharat / bharat

କୋଭିଡ-19 ଟୀକାକରଣ ପାଇଁ ତେଲେଙ୍ଗାନା ଉତ୍ତମ ସ୍ଥାନ: UNICEF - COVID-19 vaccination

କୋଭିଡ-19 ଟୀକାକରଣ ପାଇଁ ତେଲେଙ୍ଗାନା ଉତ୍ତମ ସ୍ଥାନ । ଏନେଇ ୟୁନିସେଫର ବିଶେଷଜ୍ଞମାନେ ମତ ରଖିଛନ୍ତି । ଅଧିକ ପଢନ୍ତୁ...

କୋଭିଡ-19 ଟୀକାକରଣ ପାଇଁ ତେଲେଙ୍ଗାନା ଉତ୍ତମ ସ୍ଥାନ: UNICEF

author img

By

Published : Dec 17, 2020, 3:54 PM IST

ହାଇଦ୍ରାବାଦ: କୋଭିଡ-19 ଟୀକାକରଣ ପାଇଁ ତେଲେଙ୍ଗାନା ଉତ୍ତମ ସ୍ଥାନ । ଏନେଇ ୟୁନିସେଫର ବିଶେଷଜ୍ଞମାନେ ମତ ରଖିଛନ୍ତି । ଆଉ ଏହାର କାରଣ ହେଉଛି ଟୀକାକରଣ ପାଇଁ ଭିତ୍ତିଭୂମି ଉନ୍ନୟନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ । ଏବେ ସୁଦ୍ଧା ତେଲେଙ୍ଗାନାରେ 12-15 କୋଟି ଟଙ୍କା ଖର୍ଚ୍ଚ କରିସାରିଲାଣି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ 60 ଲକ୍ଷ ଲୋକଙ୍କୁ ଟୀକା ଦେବାକୁ ପ୍ରସ୍ତୁତି କରସାରିଲାଣି ବୋଲି ଜଣାପଡିଛି ।

ତେବେ ଏନେଇ ଜଣେ ବରିଷ୍ଠ ସ୍ୱାସ୍ଥ୍ୟଅଧିକାରୀ କହିଛନ୍ତି ଯେ, ଆମେ ରାଜ୍ୟରେ ଅଧିକରୁ ଅଧିକ ଷ୍ଟୋରେଜ ଉପଲବ୍ଧ କରିବାକୁ ଚେଷ୍ଟା କରୁଛୁ । ନିତ୍ୟ ବ୍ୟବହାର୍ଯ୍ୟ ଟୀକା କାର୍ଯ୍ୟକ୍ରମ ବାଧାପ୍ରାପ୍ତ ନ ହେବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଚଳାଉଛୁ । ଏଥିପାଇଁ କୋଟିସ୍ଥିତ ସ୍ୱାସ୍ଥ୍ୟ ବିଭାଗ କ୍ୟାମ୍ପସରେ ଚାରିଟି ୱାକ-ଇନ୍ କୁଲର୍ ଏବଂ ଆଉ ଦୁଇଟି ଫ୍ରିଜର୍ ଅଣାଯାଇ ରାଜ୍ୟ ଭ୍ୟାକ୍ସିନ୍ କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ତିନୋଟି ସ୍ତରରେ( ରାଜ୍ୟ, ଜିଲ୍ଲା, ଡାକ୍ତରଖାନା) ରାଜ୍ୟ ଅଧିକାରୀମାନେ ଭିତ୍ତିଭୂମି ଯୋଗାଯୋଗ ଯୋଜନା କରୁଛନ୍ତି ।

ରାଜ୍ୟ ସ୍ତରୀୟ ବୃଦ୍ଧି ପରେ ଜିଲ୍ଲା ସ୍ତରୀୟ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯିବ। ପୂର୍ବ ଜିଲ୍ଲାଗୁଡିକରେ 10 ଟି ଗୋଦାମ ଅଛି ଯେଉଁଥିରେ ୱାଲ୍ ଇନ୍ କୁଲର୍ ଅଛି। ଏଗୁଡିକର କ୍ଷମତା ବୃଦ୍ଧି କରାଯିବ ଏବଂ କିପରି କରାଯିବ ତାହା ଉପରେ ଏକ ଯୋଜନା ପ୍ରସ୍ତୁତ କରାଯିବ। ଏଥିରୁ ସମସ୍ତ 33ଟି ଜିଲ୍ଲା ପାଇଁ ସ୍ଥାନ ଅଲଗା କରାଯିବ । ଏହି ଗୋଦାମଗୁଡ଼ିକୁ ଆଞ୍ଚଳିକ ଟୀକା କେନ୍ଦ୍ରରେ ପରିଣତ କରାଯିବ ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଏହି 10 ଗୋଦାମରୁ ଟୀକା ଗୁଡ଼ିକୁ ଡାକ୍ତରଖାନାକୁ ପଠାଯିବ, ଯେଉଁଥିରେ ପ୍ରାୟ 250 କୋଲ୍ଡ ଷ୍ଟୋରେଜ୍ ୟୁନିଟ୍ ଅଛି । ଯେଉଁଠି ଆଉ 350ଟି ଛୋଟ ଆକାରର ୱାକ-ଇନ୍ ଫ୍ରିଜରର ସୁବିଧା ଉପଲବ୍ଧ ହେବ । "ସମ୍ପୂର୍ଣ୍ଣ ବୃଦ୍ଧି ବର୍ତ୍ତମାନର କ୍ଷମତାର ପ୍ରାୟ ଦୁଇରୁ ତିନି ଗୁଣ ହେବ। ମିଳିତ ଆନ୍ଧ୍ରପ୍ରଦେଶର ଭିତ୍ତିଭୂମି ଦ୍ୱାରା ରାଜ୍ୟ ଉପକୃତ ହୋଇସାରିଛି, ଯାହା ବର୍ତ୍ତମାନ ତେଲେଙ୍ଗାନା ପାଇଁ ଏକକ ଭାବରେ ବ୍ୟବହୃତ ହେଉଛି। ହାଇଦ୍ରାବାଦରେ ମଧ୍ୟ ଏହି କେନ୍ଦ୍ରୀୟ ସଂରକ୍ଷଣ ସ୍ଥାନ ରହିଛି। ସମସ୍ତ ଜିଲ୍ଲା ସହିତ ଭଲ ଭାବରେ ସଂଯୁକ୍ତ ବୋଲି କଣ୍ଟିନେଣ୍ଟାଲ ହସ୍ପିଟାଲର ପରାମର୍ଶଦାତା ଶିଶୁ ଶିଶୁ ବିଶେଷଜ୍ଞ ଡଃ ଶ୍ରୀକୃଷ୍ଣ ଆରଏସଭି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.