ତେଲେଙ୍ଗାନା: ସମଗ୍ର ଦେଶରେ କୋରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ମେ 31 ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ଏହା ହେଉଛି ଲକଡାଉନର ଚତୁର୍ଥ ପର୍ଯ୍ୟାୟ । ତାଲାବନ୍ଦ ସମୟରେ ଗୃହ ମନ୍ତ୍ରଣାଳୟର ଏଥିରେ କୌଣସି ପ୍ରକାରର ପାର୍ଟିର ଆୟୋଜନ ନକରିବାକୁ କଡା ନିର୍ଦ୍ଦେଶ ରହିଛି । ଏହା ସତ୍ତ୍ବେ ତେଲେଙ୍ଗାନାର ନାରାୟଣକେଡର ଟିଆରଏସ ବିଧାୟକ ଏମ ଭୁପଲ ରେଡ୍ଡୀ ମେ' ମାସ ଆରମ୍ଭରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଏବେ ତେଲେଙ୍ଗାନା ହାଇକୋର୍ଟ ତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ।
ତେଲେଙ୍ଗାନାର ଟିଆରଏସ ବିଧାୟକ ଭୁପଲ ରେଡ୍ଡୀ ଚଳିତ ମାସ ଆରମ୍ଭରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ଉତ୍ସବରେ ବହୁ ସଂଖ୍ୟକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମାରୋହରେ ଷ୍ଟଜ କରାଯିବା ସହ ଅନେକ ସଂଖ୍ୟାରେ ଲୋକ ଗଦା ହୋଇଥିଲେ । ଯେଉଁଥିରେ ବିଧାୟକ ରେଡ୍ଡୀ ଏକ ବଡ ଚେୟାରରେ ବସିବା ସହ ଜନ୍ମଦିନକୁ ଧୁମଧାମରେ ପାଳନ କରିଥିଲେ ।
ସମାରୋହର ଚିତ୍ରରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ ଯେ କୋରୋନା ବିପଦ ସତ୍ତ୍ବ ଲକଡାଉନ୍ ନିୟମ ଉଲ୍ଲଂଘନ କରି ସେ ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରିଥିଲେ । ଏବେ ଲକଡାଉନ ନିୟମ ଉଲ୍ଲଂଘନ ମାମଲାରେ ହାଇକୋର୍ଟ ତାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ।