ETV Bharat / bharat

ଅବସର ନେବାକୁ ଚାହୁଁଥିବା ବରିଷ୍ଠ ଆଇପିଏସ୍ ବିନୟ କୁମାର ସିଂହଙ୍କ ବଦଳି

author img

By

Published : Jun 29, 2020, 3:06 PM IST

କାର୍ଯ୍ୟକାଳ ପୂର୍ବରୁ ଅବସର ନେବାକୁ ଚାହୁଁଥିବା ତେଲେଙ୍ଗାନା ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ବରିଷ୍ଠ ଆଇପିଏସ୍ ବିନୟ କୁମାର ସିଂହଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର ।

ବିନୟ କୁମାର ସିଂ
ବିନୟ କୁମାର ସିଂ

ହାଇଦ୍ରାବାଦ: କାର୍ଯ୍ୟକାଳ ପୂର୍ବରୁ ଅବସର ନେବାକୁ ଚାହୁଁଥିବା ତେଲେଙ୍ଗାନା ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ବରିଷ୍ଠ ଆଇପିଏସ୍ ବିନୟ କୁମାର ସିଂହଙ୍କ ବଦଳି ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ତେବେ ତାଙ୍କ ସ୍ଥାନରେ ସରକାର ଟିଏସଏଲପିଆରବିର ଅଧ୍ୟକ୍ଷ ଆଇପିଏସ୍ ଭିଭି ଶ୍ରୀନିବାସ ରାଓଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ।

ବିନୟ କୁମାରଙ୍କୁ ବର୍ତ୍ତମାନ କେଉଁଠାରେ ପୋଷ୍ଟିଂ ଦିଆଯାଇଛି ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । ବିନୟ କୁମାର ନିକଟରେ କାର୍ଯ୍ୟକାଳ ପୂର୍ବରୁ ଅବସର ନେବା ପାଇଁ ସରକାରଙ୍କୁ ଅନୁମତି ମାଗିଥିଲେ । ଏନେଇ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ନିଜ ଇସ୍ତଫା ପତ୍ର ମଧ୍ୟ ଦାଖଲ କରିଥିଲେ ।

ମେ 21 ତାରିଖରେ ବିନୟ କୁମାର ତେଲେଙ୍ଗାନା ମୁଖ୍ୟ ସଚିବଙ୍କୁ ନିଜର ପଦୋନ୍ନତି ସମ୍ପର୍କରେ ଚିଠି ଲେଖିଥିଲେ। ଚିଠିର ଏକ ନକଲ ମଧ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନିକଟକୁ ପଠାଯାଇଛି। ସମସ୍ତ ଯୋଗ୍ୟତା ପୂରଣ କରିଥିବାରୁ ତାଙ୍କୁ ଡିଜିପି ଭାବରେ ପଦୋନ୍ନତି ଦେବାକୁ ସେ ଚିଠି ମାଧ୍ୟମରେ ସରକାରଙ୍କୁ ନିବେଦନ କରିଥିଲେ । ନିୟମ ଅନୁଯାୟୀ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଭାବରେ ସେ 33 ବର୍ଷ କାର୍ଯ୍ୟ କରିଛନ୍ତି । ତେଣୁ ସେ ଡିଜିପି ପଦ ପାଇଁ ଯୋଗ୍ୟ ବୋଲି ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.