ନୂଆଦିଲ୍ଲୀ: ତେଲାଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି । ନୂଆଦିଲ୍ଲୀ ଗସ୍ତରେ ଥିବା ରାଜ୍ୟପାଳ ତାମିଲସାଇ ସନ୍ଧ୍ୟାରେ ସୌଜନମୂଳକ ଭାବେ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନକୁ ଯାଇ ଭେଟିଛନ୍ତି । ଉପଢୈକନ ଏବଂ ସାଥିରେ ନେଇଥିବା ପ୍ରତିମୂର୍ତ୍ତିକୁ ମୋଦିଙ୍କୁ ପ୍ରଦାନ କରିଛନ୍ତି ତାମିଲସାଇ । ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି କହିଛନ୍ତି ତେଲାଙ୍ଗାନା ରାଜ୍ୟପାଳ ।