ETV Bharat / bharat

ଜୁନ୍ 7 ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କଲେ ତେଲେଙ୍ଗାନା ସରକାର

author img

By

Published : May 31, 2020, 8:12 PM IST

Updated : May 31, 2020, 8:39 PM IST

ସଂକ୍ରମଣ ରିପୋର୍ଟ ବୃଦ୍ଧିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ରବିବାର କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଲକଡାଉନକୁ ଜୁନ୍ 7 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Telangana
Telangana

ହାଇଦ୍ରାବାଦ: କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ରବିବାର କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଲକଡାଉନକୁ ଜୁନ୍ 7 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ଜୁନ୍ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏ ବାବଦରେ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି । ଜୁନ୍ 30 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ଅଞ୍ଚଳରେ ଲକଡାଉନ ଜାରି କରିବାକୁ କେନ୍ଦ୍ର ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ ଏହି ଘୋଷଣା କରାଯାଇଛି।

ଏହି ଲକଡାଉନ ଉପରେ ନୂତନ ନିର୍ଦ୍ଦେଶନାମା ଜାରି କରିବା ପଛରେ ମୁଖ୍ୟ ସଚିବ ସୋମେଶ କୁମାର, ପୋଲିସ୍ ମହାନିର୍ଦ୍ଦେଶକ ମହେନ୍ଦ୍ର ରେଡ୍ଡୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ସମସ୍ତ କ୍ଷେତ୍ରରେ କେନ୍ଦ୍ର ନିର୍ଦ୍ଦେଶାବଳୀରେ ଦିଆଯାଇଥିବା କୋହଳ କଟକଣାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ରାତି 9 ଟାରୁ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ କାର୍ଯ୍ୟକାରୀ ହେବ । ରାତ୍ରି 8 ପର୍ଯ୍ୟନ୍ତ ଦୋକାନ ଖୋଲାରହିବ ।

ସମ୍ପ୍ରତି ରାତି 7 ଟାରୁ 6 ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ଆନ୍ତଃ ରାଜ୍ୟ ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ରାଜ୍ୟ ସରକାର ଲକଡାଉନକୁ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମେ 18 ରେ ତାଲାବନ୍ଦର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବା ପରେ ରାଜ୍ୟ କୋଭିଡ -19 ମାମଲାରେ ବୃଦ୍ଧି ଘଟିଛି ।

@IANS

Last Updated : May 31, 2020, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.