ହାଇଦ୍ରାବାଦ: ମହଙ୍ଗା ପଡିଲା ସରକାରୀ ବାବୁଙ୍କୁ ଲାଞ୍ଚ ନେବା । ଲାଞ୍ଚ ନେଇ ବନ୍ଧା ହେଲେ ଥାନାବାବୁ । ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ବନସଓ୍ବାର୍ଡାରେ । ବନସଓ୍ବାର୍ଡାର ଗ୍ରାମୀଣ ସର୍କଲର ପୋଲିସ ଇନ୍ସପେକ୍ଟର ସୋମବାର ଦିନ 10,000 ଟଙ୍କା ଲାଞ୍ଚ ମାଗିବା ସହ ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ( ଏସିବି)ହାତରେ ଧରା ପଡିଛନ୍ତି ।
ସୂଚନା ଅନୁସାରେ , ଥାନା ଅଧିକାରୀ ଏକ ମାମଲାର ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତି ମେଘଭାତ ପ୍ରତାପ ସିଂଙ୍କ ଠାରୁ 10 ହଜାର ଟଙ୍କ ଲାଞ୍ଚ ମାଗିଥିଲେ । ଆଉ ତାଙ୍କ ବାସଭବନରେ ଥାନାବାବୁ ଚମାଣ୍ଟୁଲା ଟାଟା ବାବୁ ତାଙ୍କ ଠାରୁ 10 ହଜାର ଟଙ୍କ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ବିଭାଗର ଅଧିକାରୀଙ୍କ ହାତରେ ଧରା ପଡିଥିଲେ । ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ