ETV Bharat / bharat

କୋରୋନା ପରିସ୍ଥିତିର ସମୀକ୍ଷା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

author img

By

Published : May 4, 2020, 11:32 AM IST

ତେଲେଙ୍ଗାନାରେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ଏହାସହ ଲକଡାଉନ ପାଳନ କରି ଭୂତାଣୁ ସଂକ୍ରମଣ ରୋକିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

Telangana CM reviews measures taken to contain spread of COVID-19
କୋରୋନା ପରିସ୍ଥିତିର ସମୀକ୍ଷା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ପ୍ରଗତି ଭବନରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଜିଲ୍ଲାର କୋରୋନା ପରିସ୍ଥିତି ଓ କଣ୍ଟେନମେଣ୍ଟ ଜୋନର ରକ୍ଷଣାବେକ୍ଷଣ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ତୃତୀୟ ପର୍ଯ୍ୟାୟ ଲକଡାଉନ ପାଇଁ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଓ ରାଜ୍ୟ ସରକାର ଗ୍ରହଣ କରିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ସେ ଆଲୋଚନା କରିଥିବା ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ କୋରୋନା ସଂକ୍ରମଣକୁ ନେଇ ଘଟୁଥିବା ପରିସ୍ଥିତି ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଭୂତାଣୁରେ ଆକ୍ରାନ୍ତ ଲୋକଙ୍କ ଅବସ୍ଥା ନିୟମିତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଲକଡାଉନ ପାଳନ କରି ଭୂତାଣୁ ସଂକ୍ରମଣ ରୋକିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର, ମୁଖ୍ୟ ଶାସନ ସଚିବ ସୋମେଶ କୁମାର, ଡିଜିପି ମହେନ୍ଦ୍ର ରେଡ୍ଡୀ, ମୁଖ୍ୟ ସଚିବ ଏସ ନରସିଂହ ରାଓ, ଶାନ୍ତ କୁମାରୀ, ଜନାର୍ଦ୍ଦନ ରେଡ୍ଡୀ, ରାମକୃଷ୍ଣ ରାଓ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନାରେ କୋରୋନା ଭୂତାଣୁରେ 29 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1082 ଜଣ ପଜିଟିଭ ରହିଛନ୍ତି । ସେହିପରି ରାଜ୍ୟର ମୋଟ 508ଜଣ ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.