ETV Bharat / bharat

ହାଇଦ୍ରାବାଦରେ ହାହାକାର, ଅପରାହ୍ନ 3ଟାରେ ସମୀକ୍ଷା ବୈଠକ ଡାକିଲେ କେସିଆର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ତେଲେଙ୍ଗାନାରେ ଦୁଇ ତିନି ଧରି ପ୍ରବଳ ବର୍ଷା ଲାଗି ରହିଥିଲା ଫଳରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏଥିଲାଗି ରାଜ୍ୟର ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଗୁରୁବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 15, 2020, 1:22 PM IST

ଅପରାହ୍ନ 3ଟାରେ ଜରୁରୀ ସମୀକ୍ଷା ବୈଠକ ଡାକିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏକ ଜରୁରୀକାଳୀନ ବୈଠକ ଗୁରୁବାର ଡାକିଛନ୍ତି । ତେବେ ଏହି ବୈଠକ ଅପରାହ୍ନ 3ଟାରେ ପ୍ରଗତି ଭବନରେ ଅନୁଷ୍ଠିତ ହେବ । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରକୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ତେବେ ଏହି ବୈଠକରେ ରାଜ୍ୟର ବର୍ତ୍ତମାନ ପରିସ୍ଥିତି ସଂପର୍କରେ ଆଲୋଚନା କରାଯିବ । ସ୍ଥିତିର ମୁକାବିଲା କରିବା ପାଇଁ ବର୍ତ୍ତମାନ ଓ ଆଗକୁ ନିଆ ଯିବାକୁ ଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ଏହି ବୈଠକ ପରେ କେନ୍ଦ୍ର ନିକଟରେ କ୍ଷୟକ୍ଷତିର ସମସ୍ତ ରିପୋର୍ଟ ଦାଖଲ କରାଯିବ ।

ଏହି ଜରୁରୀକାଳୀନ ବୈଠକରେ ମନ୍ତ୍ରୀ କେଟିଆର, ଇରାବେଲ୍ଲି ଦୟାକର ରାଓ, ପ୍ରଶାନ୍ତ ରେଡ୍ଡି, ଜଗଦୀଶ ରେଡ୍ଡି ପ୍ରମୁଖ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକରେ ବିଶେଷକରି ବର୍ଷା ଦ୍ବାରା ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ସଂପର୍କରେ ଆଲେଚନା କରାଯିବ ।

ତେବେ ସୂଚନା ଥାଉକି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଦୁଇ ତିନି ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିଲା ଫଳରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଏଥିରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.