ପାଟନା: ଆସନ୍ତା ଫେବୃଆରୀ 23ରେ ହେବାକୁ ଥିବା ‘ବେକାରୀ ହଟାଓ’ ଯାତ୍ରାକୁ ଦିଶାହୀନ କହିଛି ବିଜେପି । ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଆହ୍ବାନରେ ହେବାକୁ ଥିବା ଏହି ଯାତ୍ରାରେ ମୁଖ୍ୟତଃ ରାଜ୍ୟର ବେକାରୀ ସମସ୍ୟାକୁ ଦୃଷ୍ଟିଆକର୍ଷଣ କରିବ । ଏହାକୁ ନେଇ ବିଜେପି ନେତା ସୈୟଦ ଶାହନବାଜ ହୁସେନ ଟାର୍ଗେଟ କରିଛନ୍ତି । ଯାତ୍ରାକୁ ଦିଶାହୀନ କହିବା ସହ ଆରଜେଡି କାର୍ଯ୍ୟକର୍ତ୍ତା ବେରୋଜଗାର ବୋଲି କହିଛନ୍ତି ସେ ।
ଏହି ଯାତ୍ରାକୁ ବିରୋଧ କରି ହୁସେନ କହିଥିଲେ,‘ତେଜସ୍ବୀ ଏକ ଆରାମଦାୟକ ଯାତ୍ରା କରିବେ । ଆରାମଦାୟକ ବସରେ ନିଜେ ବୁଲି ବୁଲି ନିଜ ଜନ୍ମଦିନ ପାଳନ କରିବ, ଯାହାକୁ ସେ ବେକାରୀ ହଟାଓ ଯାତ୍ରାର ନାମ ଦେଇଛନ୍ତି ’ । ଏପରିକି ଯେଉଁ ବସରେ ଯାତ୍ରା କରିବେ ସେହି ବସ ମାଲିକର ନାମ ବିପିଏଲରେ ଅନ୍ତର୍ଭୁକ୍ତ, ଏଥିରୁ ସ୍ପଷ୍ଟ ଯେ ଅସଲ ମାଲିକର ପରିଚୟ ଲୁଚାଇବା ପାଇଁ ଚେଷ୍ଟା କରାଯାଉଥିବା କହିଛନ୍ତି ହୁସେନ । ଯଦି ଏପରି ଆରାମଦାୟକ ବସ ଥିବା ମାଲିକର ନାମ ବିପିଏଲ ଅନ୍ତର୍ଭୁକ୍ତ ତେବେ ଏହା କେଉଁ ପ୍ରକାର ବେକାରୀ ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରକାଶଥାଉକି,ଫେବୃଆରୀ 23ରେ ବିହାର ମେଡିକାଲ କଲେଜ ଗ୍ରାଉଣ୍ଡରୁ ଏହି ଯାତ୍ରା ବାହାରିବ । ଏହା ରାଜ୍ୟର ବିଭିନ୍ନ ଜିଲ୍ଲା ଅତିକ୍ରମ କରିବ । ତେବେ ଏହି ବସର ନାମ ‘ଯୁବା କ୍ରାନ୍ତି ରଥ’ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ