ETV Bharat / bharat

'ସତର୍କ ରୁହନ୍ତୁ ସଂଖ୍ୟାଲଘୁ, ଫେରିପାରେ ମୋଗଲ ଶାସନ' - lok sabha

ଯଦି ଦେଶର ସଂଖ୍ୟାଗରିଷ୍ଠ ସମୁଦାୟ ସତର୍କ ନ ହୁଅନ୍ତି, ତାହାଲେ ଭାରତରେ ପୁଣିଥରେ ମୋଗଲ ଶାସନ ଆରମ୍ଭ ହୋଇଯିବ ବୋଲି ବିଜେପିର ଯୁବ ସାଂସଦ ତେଜସ୍ବୀ ସୁର୍ଯ୍ୟା କହିଛନ୍ତି ।

tejasvi-surya
ତେଜସ୍ବୀ ସୁର୍ଯ୍ୟା
author img

By

Published : Feb 6, 2020, 12:46 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ ବାଗ ପ୍ରଦର୍ଶନକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ବିଜେପିର ଯୁବ ସାଂସଦ ତେଜସ୍ବୀ ସୁର୍ଯ୍ୟା । ଯଦି ଦେଶର ସଂଖ୍ୟାଗରିଷ୍ଠ ସମୁଦାୟ ସତର୍କ ନହୁଅନ୍ତି ତାହାଲେ ଭାରତରେ ପୁଣିଥରେ ମୋଗଲ ଶାସନ ଆରମ୍ଭ ହୋଇଯିବ । ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବୁଧବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା କରିବା ସମୟରେ ସେ ଏଭଳି କହିଛନ୍ତି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ସେ କହିଥିଲେ ଯେ, ମୋଦି ସରକାର ଦେଶରେ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ନୂଆ ଭାରତ ଗଠନ ପାଇଁ ପୁରୁଣା ସମସ୍ୟାର ସମାଧାନ ଆବଶ୍ୟକ ଥିଲା । ନାଗରିକତା ସଂଶୋଧନ ଆଇନ୍‌ ନାଗରିକତ୍ବ ପ୍ରଦାନ କରିବା ପାଇଁ ପ୍ରଣୟନ କରାଯାଇଛି ନାଗରିକତ୍ବ ହନନ ପାଇଁ ନୁହେଁ । ଏହି ଆଇନ୍‌ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ପ୍ରତାଡିତ ହୋଇ ଆସୁଥିବା ଲୋକଙ୍କୁ ନାଗରିକତ୍ବ ଦେବ । ସିଏଏ କାହାର କୌଣସି କ୍ଷତି କରିବ ନାହିଁ । ତାହା ବିରୋଧୀ ଦଳ ମଧ୍ୟ ଜାଣିଛନ୍ତି । ଏହା ଜାଣିବା ସତ୍ବେ ବିରୋଧ ପ୍ରଦର୍ଶନ କରିବା ନିରାଶଜନକ ବୋଲି ସେ କହିଛନ୍ତି ।

ସେପଟେ ତାଙ୍କର ଏହି ବୟାନ ପରେ ଲୋକସଭାରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.